Sunday, October 12, 2025
22.8 C
Odisha

    ରସୁଣର ଉପକାରିତା, ଚୁଟକିରେ ଗାଏବ କରିବ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ସୁସ୍ଥ ରହିବାକୁ କିଏ ବା ନ ଚାହେଁ । ବର୍ତ୍ତମାନ ସମୟରେ ସୁସ୍ଥ ରହିବାକୁ ମଣିଷ ବହୁତ ପ୍ରକାରର କାର୍ଯ୍ୟ କରୁଛି । ଏଥି ସହ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଜିମ୍ ଯାଇ ନିଜକୁ ସୁସ୍ଥ ରଖୁଛନ୍ତି ତ ଆଉ କିଏ ମର୍ଣ୍ଣିଂ ୱାକ୍, ସାଇକେଲ୍ ରେସ୍ ଏପରି ସବୁ କରି ନିଜକୁ ଫିଟ୍ ରଖୁଛନ୍ତି । ତେବେ ଆସନ୍ତୁ ଜାଣିବା ଏକ ମସଲା ଜାତୀୟ ଦ୍ରବ୍ୟ ବିଷୟରେ ଯାହାକୁ ଆପଣାଇଲେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବା ।

    ଏହି ମସଲା ଜାତୀୟ ଦ୍ରବ୍ୟର ନାମ ହେଉଛି ରସୁଣ । ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ରସୁଣରେ ଥଣ୍ଡା, କାଶ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି । ତେବେ ଆସନ୍ତୁ ଜାଣିବା ରସୁଣର ବିଭିନ୍ନ ଉପକାରିତା ବିଷୟରେ ।

    ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ । ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ । ଏଥି ସହ ଜାଣିରଖନ୍ତୁ ଯେ, ଆୟୁର୍ବେଦରେ ରସୁଣକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଏ । ରସୁଣରେ ଆଣ୍ଟିସେପ୍ଟିକ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ପ୍ରଚୁର ପରିମାଣରେ ରହିଥାଏ । ରସୁଣ ଆମକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ ମଧ୍ୟ କରିଥାଏ ।

    ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ । ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ । ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ ।

    ରସୁଣ ଖାଇବା ଦ୍ବାରା ଆମ ଶରୀର ସବୁବେଳେ ଗରମ ରହିଥାଏ, ଯାହା ଫଳରେ ଥଣ୍ଡା, କାଶ ଏବଂ ଛିଙ୍କ ଆଦିରୁ ରକ୍ଷା ପାଇବା ପାଇଁ ଏହା ବହୁ ଲାଭକାରୀ ପ୍ରମାଣିତ ହୋଇଥାଏ । ଏଥିରେ ଉପସ୍ଥିତ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ବ ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।

    ଦୈନିକ ରସୁଣ ଖାଉଥିବା ବ୍ୟକ୍ତିଙ୍କ ନିକଟରେ ରକ୍ତହିନତା ଦେଖାଯାଇ ନଥାଏ । ଏଥି ସହ ଏହା ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରସୁଣ ଦ୍ବାରା ଶୀଘ୍ର ଉପଶମ ମଳିଥାଏ ।

    ରସୁଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହା ଧମନୀରେ ଅବରୋଧକୁ ଦୂର କରିବାରେ ସାହାଯ୍ୟ କରିଥାଏ । ରସୁଣ ଖାଇବା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

    ଲିଭରକୁ ସୁସ୍ଥ ରଖିବା ପାଇଁ ରସୁଣ ଖାଇବା ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଆପଣ ଜାଣିଛନ୍ତି କି ରସୁଣ ହଜମ ଏବଂ ଗ୍ୟାସ୍ ସମସ୍ୟାକୁ ବହୁତ ମାତ୍ରାରେ କମ୍ କରିଥାଏ ।

    ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ରସୁଣ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ରସୁଣ ଖାଇବା ହିତକର ହୋଇପାରେ । କାରଣ ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ । ଏଥି ସହ ଯଦି ଆପଣ ପ୍ରତ୍ୟେକ ଦିନ ଆପଣଙ୍କ ଖାଦ୍ୟରେ ରସୁଣକୁ ସାମିଲ୍ କରନ୍ତି, ତେବେ ଅନେକ ପ୍ରକାରର ସମସ୍ୟାରୁ ରିଲାକ୍ସ ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    87 %
    1.1kmh
    0 %
    Sat
    23 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ