Monday, May 5, 2025
29.1 C
Odisha

    ରସୁଣ : ମସଲା ନୁହେଁ ମହୌଷଧୀ !

    ଆଗକୁ ପଢନ୍ତୁ

    ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ ।
    ଆସନ୍ତୁ ଜାଣିବା ରସୁଣ କିପରି ଉପକାରୀ ସାବ୍ୟସ୍ତ ହୋଇଥାଏ-

    ଔଷଧ ଭଳି କାମ କରେ – ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

    ବ୍ୟାକ୍ଟେରିଆ ନଷ୍ଟ କରେ– ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।

    ଥଣ୍ଡାଦିନରେ ଉପକାରୀ – ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ ଖାଇବା ଏଥିରୁ ଉପଶମ ମିଳିଥାଏ ।

    ଉଚ୍ଚ ରକ୍ତଚାପ ବେଳେ –ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣକୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।

    ରକ୍ତ ସଂଚାଳନ ଠିକ୍‌ ହୁଏ- ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ ।

    କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ– ରସୁଣ କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

    ରୋଗ ପ୍ରତିରୋଧକ ଶକ୍ତି ବଢେ– ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଫଳରେ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

    ମୁଖ ଦୁର୍ଗନ୍ଧ ଦୂର କରେ– ରସୁଣରେ ବ୍ୟାକଟେରିଆଲ ତତ୍ୱ ମିଳିଥାଏ । ତେଣୁ ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।

    ମାଂସପେଶୀ ଶକ୍ତ କରେ– ରସୁଣରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ଯାହା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।

    କୋଷ୍ଠକାଷ୍ଠିନ୍ୟ ଦୂର କରେ– ଏଥିରେ ଫାଇବର ଥାଏ, ଯାହା କୋଷ୍ଠକାଷ୍ଠିନ୍ୟ ପରି ସମସ୍ୟାର ସମାଧାନ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    49 %
    1.6kmh
    70 %
    Mon
    28 °
    Tue
    39 °
    Wed
    40 °
    Thu
    40 °
    Fri
    41 °

    ସମ୍ବନ୍ଧିତ