Wednesday, January 21, 2026
22.8 C
Odisha

    ରାଜଧାନୀରେ ଏଥର ଜମିବ ରାବଣପୋଡି, ୭ଟି ସ୍ଥାନରେ ରାବଣ ପୋଡି ପାଇଁ ମିଳିଛି ଅନୁମତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ଏଥର ଜମିବ ରାବଣପୋଡି । ୭ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ମିଳିସାରିଛି । ରାବଣ ପୋଡି ସହ ଆତସବାଜି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ପୂଜା କମିଟି । ରାବଣ ପୋଡ଼ି ଉତ୍ସବ ପାଇଁ ବରମୁଣ୍ଡା ପଡିଆ ,କୋରଡ କଣ୍ଟା ,ନହରକଣ୍ଟା ,ବାଙ୍କୁଆଳ,ଗୋପାଳପୁର,କିଟ ରୋଡ଼ ଓ ଏୟାରଫିଲ୍ଡରେ ରାବଣ ପୋଡ଼ି ହେବା ପାଇଁ ଅନୁମତି ମିଳିଛି ।

    ଆଉ ଦୁଇଟି ସ୍ଥାନ ତମାଣ୍ଡୋ ଓ ଇନଫୋଭାଲି ଅଞ୍ଚଳରେ ବିଚାରବିମର୍ଶ ଚାଲିଛି । ଏନେଇ କମିସନରେଟ ପକ୍ଷରୁ ବିଭିନ୍ନ ଗାଇଡ ଲାଇନ ଅନୁଯାଇ ଅନୁମତି ଦିଆଯାଇଛି । ଲୋକଙ୍କ ଉପସ୍ଥିତିରେ ରାବଣ ପୋଡ଼ି ବା ଆତସବାଜି କାର୍ଯକ୍ରମ ରହିବ। ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି।

    ଅଗ୍ନିଶମ ଟିମ୍ ଓ ପୋଲିସ ପକ୍ଷରୁ ରାବଣ ପୋଡ଼ି ସ୍ଥଳ ମଧ୍ୟ ଯାଞ୍ଚ କରାଯାଉଛି । ସେପଟେ ଏୟାରଫିଲ୍ଡରେ ହେବ ବିଶାଳକାୟ ରାବଣପୋଡି । ଏଥିପାଇ ଚାଲିଛି ରାବଣର ପ୍ରସ୍ତୁତି। ୫୧ଫୁଟ ଉଚର ରାବଣ ପ୍ରସ୍ତୁତ କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଗାଁର କିଛି ଲୋକ ମିଶି ରାବଣ ପ୍ରସ୍ତୁତିରେ ଲାଗିଛନ୍ତି। ଯାହାକି ରାଜଧାନୀର ଅନ୍ୟ ରାବଣପୋଡ଼ିଠୁ ଆକର୍ଷଣୀୟ ହେବ ବୋଲି ସହରବାସୀଙ୍କୁ ଦେଖିବାକୁ ନିବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    36 %
    0.5kmh
    0 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ