ଭୁବନେଶ୍ୱର : ଭରତପୁର ଥାନା ଶାମପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଧାରୁଆ କଟୁରିରେ ମହିଳାଙ୍କୁ ୩ ଚୋଟ ପକାଇଛି ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ବିନୋଦିନୀ ରଥ । ମହିଳାଙ୍କ ମୁଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଛି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ସୂଚନା ଅନୁସାରେ ଗତକାଲି ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଡେଲିଭରି ବୟ ଜଣକ ଉତ୍କ୍ଷିପ୍ତ ହୋଇ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣରେ ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଛି । ଫଳରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।