Thursday, April 2, 2026
38.5 C
Odisha

    ରାଜଧାନୀରେ ଡେଲିଭରୀ ବୟର ଉନ୍ମତ୍ତ କାଣ୍ଡ, ସାମାନ୍ୟ କଥାକୁ ନେଇ ମହିଳାଙ୍କୁ କଲେ ଆକ୍ରମଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭରତପୁର ଥାନା ଶାମପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଧାରୁଆ କଟୁରିରେ ମହିଳାଙ୍କୁ ୩ ଚୋଟ ପକାଇଛି ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ବିନୋଦିନୀ ରଥ । ମହିଳାଙ୍କ ମୁଣ୍ଡ, ହାତ ଓ ବେକରେ ଗଭୀର ଆଘାତ ଲାଗିଛି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

    ସୂଚନା ଅନୁସାରେ ଗତକାଲି ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଡେଲିଭରି ବୟ ଜଣକ ଉତ୍‌କ୍ଷିପ୍ତ ହୋଇ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣରେ ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଛି । ଫଳରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

    ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ