Friday, October 2, 2026
22.2 C
Odisha

    ଲଦାଖ୍‌ରେ ହେଲିକପ୍ଟର ଦୁର୍ଘଟଣା ବର୍ତ୍ତିଲେ ୩ ବରିଷ୍ଠ ସେନା ଅଧିକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତୀୟ ସ୍ଥଳସେନାର ଏକ ଚିତା ହେଲିକପ୍ଟର ବୁଧବାର ଲଦାଖର ତାଙ୍ଗ୍‌ସେ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ତିନିଜଣ ବରିଷ୍ଠ ସେନାଧିକାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମେଜର ଜେନେରାଲ ସଚିନ ମେହେଟ୍ଟା, ଜଣେ ଲେପ୍ଟନାଣ୍ଟ କର୍ଣ୍ଣେଲ ଓ ଅନ୍ୟ ଜଣେ ମେଜର ପାହ୍ୟା ଅଧିକାରୀ ସାମିଲ ଅଛନ୍ତି। ସଚିନ ମେହେଟ୍ଟା ତୃତୀୟ ଇନ୍‌ଫାଣ୍ଟ୍ରି ଡିଭିଜନର ଜିଓସି ଭାବେ କାର୍ଯ୍ୟ କରୁଛନ୍ତି।

    ଏକ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟରକୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ମେଜର ଉଡାଉଥିବାବେଳେ ମେହେଟ୍ଟା ଯାତ୍ରୀ ଆସନରେ ଥିଲେ। ଦୁର୍ଘଟଣା ପରେ ମେହେଟ୍ଟା ଦୁର୍ଘଟଣାସ୍ଥଳରେ ଅନ୍ୟ ଦୁଇ ଅଧିକାରୀଙ୍କ ସହ ଏକ ସେଲ୍‌ଫି ନେଇଥିବାବେଳେ ଏହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଲଦାଖ ଭଳି ପାର୍ବତ୍ୟାଞ୍ଚଳରେ ହେଲିକପ୍ଟର କିମ୍ବା ବିମାନ ଦୁର୍ଘଟଣାରୁ ବର୍ତ୍ତିବା ଅଲୌକିକ ଘଟଣା ବୋଲି କୁହାଯାଇଛି। ପାଞ୍ଚ ଆସନ ବିଶିଷ୍ଟ ଚିତା ହେଲିକପ୍ଟରକୁ ସତୁରି ଦଶକରେ ସେନାରେ ସାମିଲ କରାଯାଇଥିଲା। ତେବେ ଅତ୍ୟାଧୁନିକ ହେଲିକପ୍ଟର କିଣାଯିବା ପରେ ଚିତା ହେଲିକପ୍ଟରକୁ ପର୍ଯ୍ୟାୟକ୍ରମେ ସେବା ନିବୃତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ