Saturday, August 1, 2026
26.7 C
Odisha

    ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ୧ ମୃତ ଓ ଅନ୍ୟ ଜଣେ ଗୁରୁତର ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ସିଆରପି ଛକ ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗତିରେ ଆସି ଧକ୍କା ଦେଲା ଗାଡି । ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନା । ଗୁରୁତର ଆହତ ହେଲେ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ । ସୂଚନା ଅନୁଯାୟୀ, ଆଜି ଭୋରୁ ଉଭୟ ବାଇକରେ ସିଆରପି ଛକ ଓଭରବ୍ରିଜ୍ ଦେଇ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡିଟି ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ ପଠାଇଥିଲା ନୟାପଲ୍ଲୀ ଥାନା ପୋଲିସ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।

    ଆଜି ଭୋର ସମୟରେ ଉଭୟ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ନୟାପଲ୍ଲୀ ଥାନା ପୋଲିସ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ସେଠାରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଫେରାର ଗାଡ଼ିକୁ ଖୋଜୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.7 ° C
    26.7 °
    26.7 °
    86 %
    0.7kmh
    100 %
    Sat
    27 °
    Sun
    31 °
    Mon
    32 °
    Tue
    30 °
    Wed
    30 °

    ସମ୍ବନ୍ଧିତ