Monday, March 23, 2026
23.7 C
Odisha

    ରାଜଧାନୀରେ ସିରିଜ ବୋମାମାଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ପାର୍ବଣ ପୂର୍ବରୁ ରାଜଧାନୀରେ ଫୁଟିଲା ବୋମା । କ୍ୟାପିଟାଲ ଥାନା ଗୌତମନଗର ଫାଳିକିଆବସ୍ତିରେ ଘନଘନ ବୋମାମାଡ଼ ହୋଇଛି ।  କାଲି ରାତି ୧୨ଟା ରାତିରେ ଦୁର୍ବୃତ୍ତମାନେ ରାଜଧାନୀ ଛାତିରେ ବୋମାମାଡ଼ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପ୍ରଥମେ ଦୁଇଟି ବାଇକରେ ଆସି ଚକ୍କର କାଟିଥିଲେ ୩ ଜଣ ଦୁର୍ବୃତ୍ତ ପରେ ଦୁଇ ଦୁଇଟି ଜାଗାରେ ବୋମାମାଡ଼ କରି ଅନାୟାସରେ ଫେରାର ହୋଇଯାଇଛନ୍ତି । ବୋମାମାଡ଼ କାରଣରୁ ଉପୁଜିଥିବା ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।  ଏହି ବୋମାମାଡ଼ରେ କିଛି ଧନଜବୀନ କ୍ଷତି ହୋଇନଥିଲେ ହେଁ ସାଧାରଣରେ ଆତଙ୍କ ଖେଳିଯାଇଛି । ପୋଲିସ ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି ।

    ଅନ୍ୟପଟେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଚକ୍କର କାଟୁଥିଲେ । ସେମାନେ ପ୍ରଥମେ ଗୌତମନଗର ବସ୍ତିରେ ୫ଟି ବୋମାମାଡ଼ କରିଥିଲେ । ଏହାପରେ ସେମାନେ ଫାଳିକିଆ ବସ୍ତିରେ ୩ଟି ବୋମାମାଡ଼ କରିଥିଲେ। ଘନଘନ ବୋମାମାଡ଼ କାରଣରୁ ଉପୁଜିଥିବା ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ସେମାନେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। କିନ୍ତୁ ଦୁଇ ଥାନାର ପିସିଆର୍‌ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ