Thursday, March 19, 2026
20.8 C
Odisha

    ରାଜଧାନୀରେ ୪ଟି ସ୍ଥାନରେ ମା’ଙ୍କ ଭସାଣୀ, ଆସନ୍ତାକାଲି ଦିନ ୨ଟାରୁ ରାତି ୧୨ଟା ପର୍ଯନ୍ତ ଯାନାବାହାନ ଚଳାଚଳ ଉପରେ କଟକଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣୀ । ସହରବାସୀ ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ଦେଖିପାରିବେ ସାମୁହିକ ଭସାଣି ।ଏଥିପାଇ ୪ଟି ଭଷାଣୀ ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ ପୋଲିସ। ଭସାଣୀ ବେଳେ ଟ୍ରାଫିକ କଟକଣା ମଧ୍ୟ ଜାରି ରହିବ।

    ଆସନ୍ତାକାଲି ଦିନ ୨ଟାରୁ ରାତି ୧୨ଟା ପର୍ଯନ୍ତ ଯାନାବାହାନ ଚଳାଚଳ ଉପରେ କଟକଣା ରହିବ । ସହୀଦ ନଗର ଭସାଣି ପାଇଁ ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯନ୍ତ କଟକଣା । ସେହିପରି ନୟାପଲ୍ଲୀ ଭସାଣୀ ପାଇଁ ସିଆରପି ଛକ ଠାରୁ ଡିଏଭି ଛକ ପର୍ଯନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ‌।ଚନ୍ଦ୍ରଶେଖରପୁର ଭସାଣୀ ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯନ୍ତ କୋଣସି ବି ଗାଡିକୁ ଚଳାଚଳ ପାଇଁ ଅନୁମତି ନାହିଁ । ଏଥିପାଇ ପାର୍ଶ ରୋଡ ଦେଇ ଯାତାୟତ କରିବେ ସହରବାସୀ ।

    ପ୍ରକାଶଯୋଗ୍ୟ , ମା’ଙ୍କ ମେଲାଣୀ ପାଇଁ ପ୍ରସ୍ତୁତି । ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ କୃତ୍ରିମ ପୋଖରୀ। କୁଆଖାଇ ଓ ଦୟା ନଦୀ କୁଳରେ ପ୍ରସ୍ତୁତ କରାଯାଇଛି ଅସ୍ଥାୟୀ ପୋଖରି।ହାନିକାରକ ରଙ୍ଗ ନଦୀରେ ନ ମିଶିବା ପାଇଁ ପ୍ରସ୍ତୁତ କରାଯାଇଛି ଅସ୍ଥାୟୀ ପୋଖରୀ ‌। ସୁଉଚ ମେଢ଼କୁ ଭସାଣୀ ନିମନ୍ତେ ପ୍ରସ୍ତୁତ ରହିଛି କ୍ରେନ। ବିଏମସି ପକ୍ଷରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ଭସାଣୀ । ସେ ନିମନ୍ତେ ଲାଇଟ୍ ର ବ୍ୟବସ୍ଥା ସହ ଆସନ୍ତାକାଲି ଦିନ ୨ଟା ଠାରୁ ଆରମ୍ଭ ହେବ ଭସାଣୀ ନିମନ୍ତେ ସାମୁହିକ ଭସାଣୀ ଶୋଭାଯାତ୍ରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    69 %
    1.5kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ