Friday, April 3, 2026
39 C
Odisha

    ରାଜଧାନୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ୍ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି।

    ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବ୍ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କିଛି ଠୋସ୍ ନିଷ୍ପତ୍ତି ହୋଇପାରିନଥିଲା। ଏପରିକି ମେଟ୍ରୋ ରେଳ ଏଲିଭେଟର କରିଡରରେ ହେବ କି ଅଣ୍ଡରଗ୍ରାଉଣ୍ଡ ହେବ, କେଉଁ ଅଞ୍ଚଳକୁ ମେଟ୍ରୋ ଚାଲିବ ସେନେଇ କିଛି ନିଷ୍କର୍ସ ବାହାରିନଥିଲା। ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ଉପରେ ଯେତିକି ଆଲୋଚନା ହୋଇନଥିଲା ତା’ଠାରୁ ଅଧିକ ଭୁବନେଶ୍ବରର ଭିଡ଼ କମାଇବା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ ସମନ୍ବିତ ଗମନାଗମନ ଯୋଜନା, ରେଳ-ସଡ଼କ ପରିବର୍ତ୍ତନ ପଥ, ପୂର୍ତ୍ତ ବିଭାଗ ପକ୍ଷରୁ ଭୁବନେଶ୍ବରରେ ହେବାକୁ ଥିବା ଏବଂ ନିର୍ମାଣାଧୀନ ଥିବା ବିଭିନ୍ନ ସଡ଼କ, ଫ୍ଲାଏଓଭର ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଆଗାମୀ ୨୦ବର୍ଷକୁ ନଜରରେ ରଖି କିପରି ଗମନାଗମନ ଭିତ୍ତିଭୂମି ନିର୍ମାଣ ହେବ ସେନେଇ ଚର୍ଚ୍ଚା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ