Wednesday, March 11, 2026
29.1 C
Odisha

    ରାଜରାସ୍ତାରେ ବିଜେଡିର ପ୍ରତିବାଦ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜରାସ୍ତାରେ ବିଜେଡିର ପ୍ରତିବାଦ । ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛି ବିଜେଡି । ଅଭିନବ ଢଙ୍ଗରେ ରାସ୍ତାରେ ଚୁଲି ଜାଳି ପ୍ରତିବାଦ କଲା ବିଜୁ ମହିଳା ଜନତା ଦଳ । ଡବଲ ଇଂଜିନ ରାଜ୍ୟବାସୀଙ୍କୁ ଡବଲ ଧୋକା ଦେଇଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛି ଦଳ । ସମସ୍ତ ଜିଲ୍ଲାର କଲେକ୍ଟର ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯିବା ସହ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେଡି।

    ଅନ୍ୟପଟେ ଗତକାଲି ରିପୋର୍ଟରୁ ଜଣାପଡିଥିଲା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି । ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ