Saturday, March 7, 2026
29.5 C
Odisha

    ରାଜସ୍ଥାନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୩୬ରୁ ଅଧିକ ବଗି, ଅନେକ ଟ୍ରେନ ପ୍ରଭାବିତ

    ଆଗକୁ ପଢନ୍ତୁ

    ଶ୍ରୀମାଧେପୁର : ରାଜସ୍ଥାନର ଶ୍ରୀମାଧେପୁରର ନ୍ୟୁ ରେଲୱେ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରାକରୁ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ ବଗିଗୁଡିକ ପରସ୍ପର ଉପରେ ମାଡ଼ି ହୋଇପଡିଛି । ଏହି ଘଟଣା ପରେ ଟ୍ରେନ ଚଳାଚଳା ବାଧାପ୍ରାପ୍ତ ହୋଇଛି ।

    ଖବର ମୁତାବକ, ମାଲବାହୀ ଟ୍ରେନ ଫୁଲେରାରୁ ରିୱାଡିକୁ ଯାଉଥିଲା । ମାଲବାହୀ ଟ୍ରେନ ସ୍ଲୋ ଥିବା ଯୋଗୁଁ ସାମ୍ନାକୁ ଏକ ଷଣ୍ଢ ପଶିଆସିଥିଲା । ଷଣ୍ଢକୁ ବଞ୍ଚାଇବା ପାଇଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଘଟଣାର ସତ୍ୟାସତ୍ୟ ଜଣାପଡିନାହିଁ । ଘଟଣାରେ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଛି । ଘଟଣା ବିଷୟରେ ଜଣାପଡିବା ପରେ ରେଲୱେ ଅଧିକାରୀ ଜିଆରପି ତଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରାକରୁ ବଗି ଉଠାଇବାକୁ କାମ ଆରମ୍ଭ ହୋଇଛି । କୌଣସି ଜନହାନୀ ହୋଇନାହିଁ । କିନ୍ତୁ ରେଳ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନ ବିଳମ୍ବ ରହିଥିବା ବେଳେ ଅନେକର ରୁଟ୍ ପରିବର୍ତ୍ତନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ