Wednesday, July 1, 2026
24.9 C
Odisha

    ରାଜସ୍ୱ ସେବାରେ ବଡ଼ ସଂସ୍କାର, ଏବେ ଗାଁରେ ବସିବ ତହସିଲ୍ କୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜସ୍ୱ ସେବାରେ ବଡ଼ ସଂସ୍କାର । ଏବେ ଗାଁରେ ବସିବ ତହସିଲ୍ କୋର୍ଟ, ଆସୁଛି ନୂଆ ଆର-ଆଣ୍ଡ-ଆର ପଲିସି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ରାଜସ୍ୱ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ଲୋକାଭିମୁଖୀ କରିବା ପାଇଁ କେତେକ ସଂସ୍କାର ବିଷୟରେ ଘୋଷଣା କରିଛନ୍ତି । ଜନସାଧାରଣଙ୍କ ଜମିଜମା ସମସ୍ୟାର ସମାଧାନ କରିବା ସହ ବିସ୍ଥାପିତଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

    ଲୋକମାନଙ୍କୁ ଆଉ ଛୋଟ ଛୋଟ କାମ ପାଇଁ ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ଏଣିକି ପ୍ରତି ପଞ୍ଚାୟତ ସ୍ତରରେ ‘କ୍ୟାମ୍ପ କୋର୍ଟ’ ଆୟୋଜନ କରାଯାଇ ଜମି ଚିହ୍ନଟ, ରେକର୍ଡ ସଂଶୋଧନ ଏବଂ ଅନ୍ୟାନ୍ୟ ରାଜସ୍ୱ ଜନିତ ସମସ୍ୟାର ସମାଧାନ ଘଟଣାସ୍ଥଳରେ ହିଁ କରାଯିବ । ରାଜ୍ୟର ପୁରୁଣା ପୁନର୍ବାସ ନୀତି ବଦଳରେ ଆସିବାକୁ ଯାଉଛି ‘ଆର-ଆଣ୍ଡ-ଆର ପଲିସି ୨୦୨୬’।

    ଏହି ଆଧୁନିକ ନୀତିରେ ପ୍ରକଳ୍ପ ଯୋଗୁଁ ଭିଟାମାଟି ହରାଉଥିବା ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାରଗୁଡ଼ିକର ଅଧିକାରକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ସହର ଭିତରେ ଥିବା ଯେଉଁ ଜମିଗୁଡ଼ିକ କାଗଜପତ୍ରରେ ‘ଚାଷ ଜମି’ ହୋଇ ରହିଛି, ହେଲେ ବାସ୍ତବରେ ସେଠାରେ ଆଉ ଚାଷ ହେଉନାହିଁ, ସେଭଳି ଜମିର ‘କିସମ ପରିବର୍ତ୍ତନ’ ନିୟମକୁ କୋହଳ କରାଯିବ ।

    ଏଥିପାଇଁ ନୂଆ SOP ଅଣାଯାଉଛି, ଯାହା ଦ୍ୱାରା ସାଧାରଣ ଲୋକେ ହଇରାଣ ହେବାରୁ ରକ୍ଷା ପାଇବେ । ଓଡ଼ିଶାର ସମସ୍ତ ୩୨୧ଟି ତହସିଲର କାର୍ଯ୍ୟଦକ୍ଷତାକୁ ପ୍ରତି ଦୁଇ ମାସରେ ଥରେ ଯାଞ୍ଚ କରାଯିବ ଏବଂ ସେମାନଙ୍କର ରାଙ୍କିଂ ଜାରି କରାଯିବ । କେଉଁ ତହସିଲ ୧ ନମ୍ବରରେ ଅଛି ଏବଂ କିଏ ସବୁଠୁ ପଛରେ, ତାହା ସର୍ବସାଧାରଣରେ ପ୍ରକାଶ ପାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    92 %
    0.7kmh
    100 %
    Wed
    26 °
    Thu
    31 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ