Monday, June 8, 2026
35.2 C
Odisha

    ଜୁଲାଇରେ ପୁଣି ଓଡ଼ିଶା ଆସିବେ ବିଜେପି ଜାତୀୟ ସଭାପତି ନିତିନ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଗଲେ ଟାସ୍କ । ଜୁଲାଇରେ ପୁଣି ଓଡ଼ିଶା ଆସିବେ ବିଜେପି ଜାତୀୟ ସଭାପତି ନିତିନ ନବୀନ । ବିଜେପି କୋର କମିଟି ଓ ପରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ପରେ ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଛନ୍ତି ନିତିନ ନବୀନ। ଏନେଇ ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ଜାତୀୟ ସଭାପତି। ସମସ୍ତ ନିଜ ନିଜର ଭୂମିକାକୁ ସଠିକ ଭାବରେ ତୁଲାନ୍ତୁ। ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖେ ସରକାରଙ୍କ ଯୋଜନା କିପରି ପହଞ୍ଚିବ ସେନେଇ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଏହାସହ ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତି ବିଧାନସଭାକୁ ଯାଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

    ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସହ ମିଶିବେ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତାକୁ ଅଖି ଆଗରେ ରଖି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଜୁଲାଇ ମାସରେ ତିନିଦିନିଆ ଗସ୍ତରେ ଆସି ଏହାର ସମୀକ୍ଷା କରିବେ ବୋଲି କୁହାଯାଇଛି । ଦେଢ ଘଣ୍ଟା ଧରି କୋର ଟିମ ସହ ବୈଠକ କରିଥିଲେ ନିତିନ ନବୀନ । ଦଳର ସାଙ୍ଗଠନିକ ସ୍ଥିତି ସହ ଦଳ ଓ ସରକାରର କାମ କିଭଳି ଲୋକାଭିମୁଖୀ ହେବ ସେ ନେଇ ଚର୍ଚ୍ଚା ହୋଇଛି । ଦୁଇଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିଜେପି ଜାତୀୟ ସଭାପତି ନିତିନ ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.2 ° C
    35.2 °
    35.2 °
    39 %
    1.7kmh
    98 %
    Mon
    38 °
    Tue
    42 °
    Wed
    42 °
    Thu
    41 °
    Fri
    39 °

    ସମ୍ବନ୍ଧିତ