Wednesday, January 22, 2025
19.9 C
Odisha

    ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୧୦ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ପନିପରିବା ନଷ୍ଟ ନହେବା ପାଇଁ ଶୀତଳ ଭଣ୍ଡାର ଖୋଲିବା ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

    ଶୀତଳ ଭଣ୍ଡାର ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।

    ସେହିପରି ସାଧାରଣ ବର୍ଗଙ୍କର ନିବେଶ ଖର୍ଚ୍ଚର ୫୦ ପ୍ରତଶିତ ଅବା ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପ୍ରଦାନ କରାଯିବାର ଯୋଜନା ରହିଛି । ଶୀତଳ ଭଣ୍ଡାର ୟୁନିଟ ଗୁଡ଼ିକୁ ଏପିସି କ୍ଲଷ୍ଟର ସହ ସଲଗ୍ନ କରାଯିବ ।ଶୀତଳ ଭଣ୍ଡାର ସ୍ଥାପିତ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର ସ୍ଥାପନ କରାଯିବ । ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ଲାଗି ଆକଳନ କରାଯାଇଛି। ଏହି ଯୋଜନାରେ  ୨୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    29 %
    2kmh
    3 %
    Wed
    20 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ