Monday, April 6, 2026
28.1 C
Odisha

    ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ତିନି ଭେଟେରାନ ରାଜନେତାଙ୍କ ନୂଆ ଇନିଂସ । ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ । ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଓଡ଼ିଆ ଭାଷାରେ ଶପଥ ନେଇଥିଲେ ମନମୋହନ ସାମଲ । ରାଜ୍ୟସଭାରେ ଏହା ମନମୋହନଙ୍କ ଦ୍ବିତୀୟ ଇନିଂସ । ପୂର୍ବରୁ ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି । ଏହା ସହ ଓଡ଼ିଶା ବିଜେପିର ସଭାପତି ପଦରେ ମଧ୍ୟ ଅଛନ୍ତି ମନମୋହନ ସାମଲ । ରାଜ୍ୟସଭାର ସାଂସଦ ଭାବେ ଶପଥ ନେବା ପରେ ଓଡିଶାକୁ ଆଗକୁ ନେବାକୁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

    ବିଜେଡିରୁ ସାଂସଦ ଭାବେ ରାଜ୍ୟସଭାରେ ଶପଥ ନେଇଛନ୍ତି ଡ. ସଂତୃପ୍ତ ମିଶ୍ର । ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଆ ଭାଷାରେ ଶପଥ ନେଇଛନ୍ତି ସଂତୃପ୍ତ ମିଶ୍ର । ଓଡ଼ିଶାରେ ଶିଳ୍ପ, ନିଯୁକ୍ତ ଓ ମହିଳା ଅଧିକାରୀ ଆଦି ଗୁରୁତର ପ୍ରସଙ୍ଗକୁ ରାଜ୍ୟସଭାରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି । ସେହିପରି ତୃତୀୟ ଥର ପାଇଁ ରାଜ୍ୟସଭାରେ ଶପଥ ନେଇଛନ୍ତି ଦିଲ୍ଲୀପ ରାୟ । ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି ।

    ପୂର୍ବରୁ ଗୋଟିଏ ଥରେ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୬ ରୁ ୨୦୦୨ ଏବଂ ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ କ୍ରମାଗତ ଦୁଇଥର ରାଜ୍ୟସଭା ସଦସ୍ୟ ଥିଲେ ଦିଲ୍ଲୀପ ରାୟ । ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଥିଲେ । ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ । ଆଜି ତିନି ସାଂସଦ ଶପଥ ନେଇଥିବା ବେଳେ ସୁଜିତ କୁମାର ଶପଥ ଗ୍ରହଣ କରିନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ