Thursday, September 19, 2024
24.5 C
Odisha

    ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ୟ ବିଜେପି ଦୁଇ ଫାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିରେ ଦୁଇ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି। ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି । ମମତା ମହାନ୍ତ ବିଜେଡିରୁ ରାଜ୍ଯସଭା ସାଂସଦ ରହିଥିଲେ । ପରେ ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ମମତା ରାଜ୍ଯସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିଲା। ଆଜି ସକାଳେ ମମତା ଉପନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ଅନ୍ଯ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ।

    ଏବେ ଜଗନ୍ନାଥ କାହିଁକି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଜଗନ୍ନାଥ ବିଜେପିରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାଁ ଘୋଷଣା ହୋଇଥିବାବେଳେ କିଭଳି ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଧାୟତ ପ୍ରସ୍ତାବକ ରହିଲେ ତାହା ମଧ୍ଯ ପ୍ରଶ୍ନ ଘେରରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ