Wednesday, October 7, 2026
30.3 C
Odisha

    ଶୀତରେ ଥରୁଛି ଜି ଉଦୟଗିରି: ୭.୬ ସର୍ବନିମ୍ନ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା କଡରେ ବସି ବିକ୍ରି କରୁଥିବା ଛୋଟ ବ୍ୟବସାୟୀମାନେ ଅଧିକ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଶୀତ ଯୋଗୁ ଘରୁ ବାହାରିବା କଷ୍ଟ ହେଉଛି। ଦିନ ୧୦ ଘଣ୍ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଉଛନ୍ତି।
    ଅନ୍ୟପଟେ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଯାଉଛି। କଳିଙ୍ଗା ବନ ଉଦ୍ୟାନ, ମୁକୁଲିଙ୍ଗିଆ ହିଲ ଟପ, ଶିରିକି ପାର୍କ ଓ ଡ୍ୟାମ୍‌ । କଫି ବଗିଚା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ଜି.ଉଦୟଗିରି ରାଜ୍ୟର ଶିତଳତମ ସହର ହୋଇଥିବା ବେଳେ ସରକାର ଏଠାରେ ଇକୋ ରିଟ୍ରିଟ କରନଥିବା ଯୋଗୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ସ୍ବେଚ୍ଛାସେବୀ ଅମନ ନାୟକ ସରକାର ଅତିଶୀଘ୍ର ଜି. ଉଦୟଗିରି ରେ ଶୀତ ମହଉତ୍ସବ ଆୟୋଜନ କରିବା କୁ ମତବ୍ୟକ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ