କେଶ ଯତ୍ନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ରାତିରେ । ଆପଣଙ୍କ କେଶର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ, ଶୋଇବା ସମୟରେ ଏହାକୁ କିପରି ଷ୍ଟାଇଲ୍ କରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପ୍ରାୟତଃ ଏହିସବୁକୁ ଅଣଦେଖା କରି ଦେଇଥାଆନ୍ତି । କିନ୍ତୁ ଏହି ଅଭ୍ୟାସ କେଶ ଉପରେ ଖରାପ ପ୍ରଭାବ ପକାଇଥାଏ । କିଛି ଲୋକ ଶୋଇବା ସମୟରେ କେଶ ବାନ୍ଧି ଶୋଇଥାଆନ୍ତି ତ ଆଉ ପୁଣି କେହି କେହି କେଶ ଖୋଲା କରି ଶୋଇଥାନ୍ତି ।
ପୁରୁଣା ସମୟର ମହିଳାମାନେ ରାତିରେ କେଶ ବାନ୍ଧି ଶୋଇଥାନ୍ତି । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ କେବେ ଆପଣ ଜାଣିଛନ୍ତି କି ରାତିରେ କେଶ ବାନ୍ଧି ଶୋଇବା ଉଚିତ୍ ନା ଅନୁଚିତ୍ ? । ଯଦି ଆପଣମାନେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।
ଯଦି ଆପଣ ରାତିରେ ଲମ୍ବା କେଶକୁ ଖୋଲା ରଖନ୍ତି, ତେବେ ଅଧିକ କେଶ ଝଡିଥାଏ । କେଶ ଝଡ଼ିବା ରୋକିବାକୁ ଚାହୁଁଥିଲେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ ।
ସାରା ରାତି କେଶ ଖୋଲା ରଖି ଶୋଇବା ଦ୍ବାରା କେଶ ଅଡୁଆ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କର ଲମ୍ବା ଏବଂ ଘନ କେଶ ରଖିବାକୁ ଚାହାଁନ୍ତି ତେବେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ ।
ଯେଉଁମାନଙ୍କର ଲମ୍ବା କେଶ ଅଛି ସେମାନେ ଶୋଇବା ପୂର୍ବରୁ ଏକ ଢିଲା ବେଣୀ ବାନ୍ଧନ୍ତୁ । ଯାହା ଆପଣଙ୍କ କେଶକୁ ମଜବୁତ କରିବା ସହ ଘନ ରହିବ ।
ରାତି ସମୟ କେଶକୁ ଶୁଷ୍କ ଏବଂ ଦୁର୍ବଳ କରିଦେଇଥାଏ । କାରଣ ମୁଣ୍ଡ ତଳେ ଥିବା ତକିଆ କେଶରୁ କୋମଳତା ଏବଂ ତେଲ ଟାଣିନିଏ । ସକାଳୁ ପାନିଆରେ ମୁଣ୍ଡ କୁଣ୍ଡାଇବା ସମୟରେ କେଶ ଦୁର୍ବଳ ହୋଇ ଛିଣ୍ଡିବାକୁ ଲାଗିଥାଏ । ତେଣୁ ରାତିରେ କେଶକୁ ବାନ୍ଧି କିମ୍ବା ସ୍କାର୍ପ ଲଗାଇ ଶୋଇବା ଉଚିତ୍ । ଏଥିପାଇଁ କେଶକୁ ଗୁଡାଇ ଭଲ ଭାବରେ ବାନ୍ଧି ଦିଅନ୍ତୁ ।
କିଏ ନଚାହେଁ କେଶ କୋମଳ ଏବଂ ସିଲ୍କି ରହୁ। ଯଦି ଆପଣ ବି ଏହା ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କେଶରେ ଭଲ ଭାବରେ ମାସ୍କ ଲଗାନ୍ତୁ । ଏହା ପରେ ସାୱର୍ କ୍ୟାପ୍ ଲଗାଇ ଦିଅନ୍ତୁ ଏବଂ ସକାଳୁ ଉଠି ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ଆଗଠାରୁ ଅଧିକ ସଫ୍ଟ ହୋଇଯିବ ।
କୋମଳ ଏବଂ ସିଲ୍କ କେଶ ତକିଆ କଭର୍ ବ୍ୟବହାର କରନ୍ତୁ । କଟନର ତକିଆ କଭର୍ ବ୍ୟବହାର କରିବା ଦ୍ବାରା କେଶ ଅଧିକ ଶୁଷ୍କ ହୋଇଥାଏ । ଯଦି ଆପଣମାନେ କଟନ୍ ତକିଆ କଭର୍ ବ୍ୟବହାର କରୁଛନ୍ତି ଆଜି ହିଁ ବଦଳାଇ ଦିଅନ୍ତୁ । ନଚେତ୍ ଆପଣମାନଙ୍କ କେଶ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।
କେବେ ବି ଓଦା କେଶକୁ ବାନ୍ଧି ଶୁଅନ୍ତୁ ନାହିଁ । ଯାହା ଫଳରେ ଅଧିକ କେଶ ଝଡିବାର ସମ୍ଭାବନା ଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

