ଆଜିକାଲି ଦୈନଦିନ ଜୀବନରେ ଲୋକଙ୍କର ସବୁଠାରୁ ଅଧିକ ସମସ୍ୟା ହେଉଛି- ସକାଳୁ ଠିକ୍ ସେ ଝାଡ଼ା ନହେବା, ତ୍ୱାଚା ଖରାପ ହେବା, ଥକ୍କା ଲାଗିବା । କ’ଣ ଆପଣଙ୍କ ସହ ଏମିତି ହେଉଛି କି? ସକାଳୁ ପ୍ରତିଦିନ ୱାଶ ରୁମ୍ ଯିବା ସମୟରେ ଆପଣଙ୍କୁ କଷ୍ଟ ହେଉଛି କି? ପେଟ ପୁରା ସଫା ହେଉନାହିଁ । ଏନେଇ ଅନେକ ପ୍ରକାର ଔଷଧ ଖାଇଲେ ମଧ୍ୟ କୌଣସି କାମ ଦେଉ ନାହିଁକି । ତେବେ ଆଜି, ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ, ଯାହା ଆପଣଙ୍କୁ ଏହି ସମସ୍ତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିବାରେ ସାହାଯ୍ୟ କରିପାରିବ । ରାତିରେ ଶୋଇବା ପୂର୍ବରୁ କେବଳ ଚାରୋଟି ପତ୍ର ଖାଇବା ଆରମ୍ଭ କରନ୍ତୁ, ଏବଂ ଦେଖନ୍ତୁ ମାତ୍ର ସାତ ଦିନ ଭିତରେ ଆପଣଙ୍କ ଫଳାଫଳ ।
ଆଜିକାଲି, ସମସ୍ତେ ଡିଟକ୍ସ କରିବାକୁ ଚାହାଁନ୍ତି, ଯାହା ପାଇଁ କେତେକ ସବୁଜ ରସ ପିଉଛନ୍ତି, କେତେକ ଉପବାସ କରୁଛନ୍ତି, ଏବଂ କେତେକ ଔଷଧ ମଧ୍ୟ ଖାଉଛନ୍ତି । ହେଲେ କୌଣସି ପ୍ରକାରର କାମ ଦେଇନଥାଏ । ତେବେ ଆସନ୍ତୁ ଆପଣଙ୍କୁ କହିବୁ ଯେ ପେଟରେ ଜମା ହୋଇଥିବା ଏହି ମଇଳା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରାଏ । ଜାଣନ୍ତୁ ଏହା କ’ଣ କ’ଣ?
ଏହା ଚର୍ମକୁ ମଳିନ କରିଥାଏ । ଏହା ବ୍ରଣ କରାଏ । ଏହା ଶକ୍ତି ହ୍ରାସ କରେ । ଏହା ମେଟାବୋଲିଜିମ୍କୁ ମଧ୍ୟ ଧୀର କରିଦିଏ । ଏହି ଭଳି ଭାବରେ ଅନେକ ସମସ୍ୟାରେ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିଛି ପତ୍ର ବିଷୟରେ ଯାହାକୁ ଖାଇଲେ ଆପଣଙ୍କର ଏହି ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଲାଗିବ ।
ନିମ ପତ୍ର :
ନିମ ପତ୍ର ଖାଇବା ଦ୍ବାରା ଚର୍ମ ଏବଂ ପେଟ ଉଭୟ ପାଇଁ ଲାଭଦାୟକ ହୋଇଥାଏ । ନିମ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର । ଏହା ପେଟର ବିଷାକ୍ତ ପଦାର୍ଥ, କୃମି ଏବଂ କ୍ଷତିକାରକ ଜୀବାଣୁକୁ ମାରି ଆପଣଙ୍କ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ । ଏହା ଚର୍ମକୁ ଗଭୀର ଭାବରେ ସଫା ମଧ୍ୟ କରେ । ଜାଣନ୍ତୁ ଏହାକୁ କିପରି ସେବନ କରିବେ । ରାତିରେ ୪-୫ଟି ତାଜା ନିମ ପତ୍ର ଚୋବାଇ ଖାଆନ୍ତୁ, କିମ୍ବା ଆପଣ ନିମ କ୍ୟାପସୁଲ୍ ମଧ୍ୟ ଖାଇପାରିବେ । ଯାହା ଦ୍ବାରା ଦୂର ହେବ ଚର୍ମରେ ବ୍ରଣ କିମ୍ବା ଆଲର୍ଜି । ପାଟି ଘାଆ ଇତ୍ୟାଦି ।
ଭୁସଙ୍ଗପତ୍ର :
ଭୁସଙ୍ଗପତ୍ରକୁ ଏକ ସୁନ୍ଦର ଯକୃତ ଟନିକ୍ ଭାବରେ ମଧ୍ୟ ଜଣାଶୁଣା । ଭୁସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ, ବରଂ ଏହା ଆପଣଙ୍କ ଯକୃତକୁ ସକ୍ରିୟ କରେ ଏବଂ ଚର୍ବିକୁ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିସହ ଏହି ପତ୍ର ସେବନ କରିବା ଦ୍ୱାରା ପିତ୍ତ ରସ ଉତ୍ପାଦନ ବୃଦ୍ଧି ପାଏ, ଯାହା ଖାଦ୍ୟକୁ ଶୀଘ୍ର ଏବଂ ସଠିକ୍ ଭାବରେ ହଜମ କରିବାରେ ସାହାଯ୍ୟ କରେ । ଜାଣନ୍ତୁ କିପରି ସେବନ କରିବେ । ରାତିରେ ୧୦-୧୨ଟି ତାଜା ଭୁସଙ୍ଗପତ୍ର ଚୋବାଇ ପାଣି ପିଅନ୍ତୁ । ଅଥବା ଆପଣ ୧ ଚାମଚ କରି ପତ୍ର ପାଉଡର ଉଷୁମ ପାଣି ସହିତ ପିଇପାରିବେ । ଏଥିସହ ଫ୍ୟାଟି ଲିଭର, ଧୀର ପାଚନ, ଗ୍ୟାସ, କିମ୍ବା ପେଟ ଖରାପ ହେତୁ କେଶ ଝଡ଼ିବା ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭକାରୀ ହୋଇଥାଏ ।
ପୋଦିନା :
ପୋଦିନା ପେଟକୁ ଥଣ୍ଡା କରିବାରେ ସାହାଯ୍ୟ କରେ ଏବଂ ଭଲ ନିଦ ମଧ୍ୟ କରାଏ । ଏହା ଏକ ପ୍ରାକୃତିକ ଥଣ୍ଡାକାରୀ । ଏଥିରେ ଥିବା ମେନ୍ଥଲ ଅଂଶ ପେଟ ମାଂସପେଶୀକୁ ଆରାମ ଦିଏ ଏବଂ ସୁଗମ ପାଚନକୁ ପ୍ରୋତ୍ସାହିତ କରେ । ଏହା ପେଟର ଉତ୍ତାପକୁ ମଧ୍ୟ ଶାନ୍ତ କରେ, ଗ୍ୟାସ ବାହାର କରେ ଏବଂ ଆରାମଦାୟକ ନିଦକୁ ପ୍ରୋତ୍ସାହିତ କରେ । ଆପଣ ୮-୧୦ଟି ତାଜା ପୁଦିନା ପତ୍ରକୁ ପେଷି, ଏକ କପ୍ ଗରମ ପାଣିରେ ୫ ମିନିଟ୍ ପାଇଁ ଭିଜାଇ ରଖନ୍ତୁ, ଏବଂ ଶୋଇବା ପୂର୍ବରୁ ପିଅନ୍ତୁ । ଯାହା ଦ୍ବାରା ପେଟ ଫୁଲିବା, ଗ୍ୟାସ ଏବଂ ଏସିଡିଟିର ସମସ୍ୟା ଦୂର ହେବାକୁ ଲାଗିବ । ଯଦି ଆପଣଙ୍କର ଏହି ସମସ୍ତ ସମସ୍ୟା ହେଉଛି, ତେବେ ନିଶ୍ଚି ଭାବରେ ଏହି ଟିପ୍ସଟିକୁ ଫଲୋ କରନ୍ତୁ ।