Saturday, May 10, 2025
39.2 C
Odisha

    ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଆଲୋଭେରା ଜେଲ୍, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

    ଆଗକୁ ପଢନ୍ତୁ

    ଯଦି ଆପଣ ମୁହଁରେ ଆଲୋଭେରା ଲଗାଇ ରାତିରେ ଶୋଇଯାଆନ୍ତି ତେବେ ଏହା ତ୍ୱଚା ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୁଏ । ଆଲୋଭେରାରେ ଭିଟାମିନ୍ A , C, E, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ରହିଛି, ଯାହା ଅନେକ ଚର୍ମ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଆଲୋଭେରା ଜେଲ୍ ଲଗାଇବାର ଆଶ୍ଚର୍ଯ୍ୟଜନକ ଲାଭ:-

    ପିମ୍ପଲସରୁ ମୁକ୍ତି: ରାତିରେ ଶୋଇବା ପୂର୍ବରୁ ଆଲୋଭେରା ଲଗାଇବା ଦ୍ୱାରା ପିମ୍ପଲସ୍ ସମସ୍ୟା ନିୟନ୍ତ୍ରଣ ହୁଏ । ଆଲୋଭେରାରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ପିମ୍ପଲସ୍ ଶୁଖିବାରେ ଏବଂ ନୂଆ ପିମ୍ପଲର ଗଠନକୁ ରୋକିବାରେ ସାହାଯ୍ୟ କରେ ।
    ମୁହଁର ରଙ୍ଗକୁ ଉଜ୍ଜ୍ୱଳ କରେ: ଯଦି ଆପଣ ଟ୍ୟାନିଂରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଏହାକୁ ରାତିରେ ଲଗାନ୍ତୁ ଏବଂ ଶୋଇପଡ଼ନ୍ତୁ । ଏହାର ନିୟମିତ ବ୍ୟବହାର ଦ୍ୱାରା କଳା ଦାଗ, ସନ ଟ୍ୟାନ୍ ଏବଂ ଫ୍ରେକଲ୍ସ ହାଲୁକା ହୋଇଯାଏ ଏବଂ ଚର୍ମ ଉଜ୍ଜ୍ୱଳ ହୁଏ । ଏହା ତ୍ୱଚାକୁ ନରମ ଏବଂ ଟୋନଡ୍ କରିବାରେ ସାହାଯ୍ୟ କରେ, ଯାହା ଓପନ୍ ପୋର୍ସଗୁଡ଼ିକୁ କମ୍ ଦୃଶ୍ୟମାନ କରିଥାଏ ।

    ତ୍ୱଚାକୁ ଗଭୀର ଭାବରେ ହାଇଡ୍ରେଟ୍ କରେ: ଆଲୋଭେରା ଜେଲକୁ ରାତିସାରା ମୁହଁରେ ରଖିବା ଦ୍ୱାରା ତ୍ୱଚା ନରମ, ଆର୍ଦ୍ର ଏବଂ ଉଜ୍ଜ୍ୱଳ ହୋଇଥାଏ । ଯଦି ଆପଣଙ୍କ ଚର୍ମରେ ଜ୍ବଳନ, କୁଣ୍ଡେଇ କିମ୍ବା ସନବର୍ଣ୍ଣ ହେଉଛି, ତେବେ ରାତିରେ ଶୋଇବା ପୂର୍ବରୁ ଆଲୋଭେରା ଲଗାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ଏବଂ ଚର୍ମର ଜ୍ୱଳନକୁ କମ କରିବ ।

    ଝୁରିଆ ହ୍ରାସ କରେ: ଆଲୋଭେରାରେ ଥିବା ଭିଟାମିନ୍ E ଏବଂ ଆଣ୍ଟିଅକ୍ସିଡାଣ୍ଟ ଏଜିଙ୍ଗ ଲକ୍ଷଣକୁ ହ୍ରାସ କରେ । ଯଦି ଆପଣଙ୍କ ଚର୍ମରେ ଝୁରିଆହୋଇଛି, ତେବେ ଏହାକୁ ନିୟମିତ ବ୍ୟବହାର କରନ୍ତୁ ।

    ଆଲୋଭେରା କିପରି ବ୍ୟବହାର କରିବେ?
    ମୁହଁକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ । ଏକ ସତେଜ ଆଲୋଭେରା ପତ୍ରରୁ ଜେଲ୍ ବାହାର କରନ୍ତୁ କିମ୍ବା ବଜାରରୁ ଶୁଦ୍ଧ ଆଲୋଭେରା ଜେଲ୍ କିଣନ୍ତୁ । ଏହାକୁ ମୁହଁରେ ଲଗାନ୍ତୁ ଏବଂ ହାତରେ ଧୀରେ ଧୀରେ ମାଲିସ କରନ୍ତୁ । ରାତିସାରା ଏହାକୁ ଏହିପରି ଛାଡିଦିଅନ୍ତୁ । ସକାଳେ ଉଠି ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । କିନ୍ତୁ ଯଦି ଆଲୋଭେରା ଜେଲ୍ ଲଗାଇବା ପରେ ଜ୍ୱଳନ କିମ୍ବା କୁଣ୍ଡାଇ ହୁଏ, ତେବେ ତୁରନ୍ତ ମୁହଁ ଧୋଇ ଦିଅନ୍ତୁ ଏବଂ ବ୍ୟବହାର କରିବା ବନ୍ଦ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.2 ° C
    39.2 °
    39.2 °
    20 %
    2.1kmh
    27 %
    Sat
    40 °
    Sun
    42 °
    Mon
    41 °
    Tue
    43 °
    Wed
    43 °

    ସମ୍ବନ୍ଧିତ