Tuesday, June 24, 2025
24.9 C
Odisha

    ରାତିସାରା AC ଚଲାଉଥିଲେ କରନ୍ତୁ ଏହି ସବୁ ଉପାୟ, ନଚେତ୍ ହୋଇପାରେ କ୍ଷତି

    ଆଗକୁ ପଢନ୍ତୁ

    ଦିନକୁ ଦିନ ପାଗରେ ପରିବର୍ତ୍ତନ ହେବାରେ ଲାଗିଛି । ଅନିୟନ୍ତ୍ରିତ ପାଣିପାଗ,ବର୍ଷା ହେଉଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଯୋଗୁଁ ଗରମ ବଢିବାରେ ଲାଗିଛି । ଯେଉଁଥିପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଆଗରୁ ଲୋକଙ୍କ ପାଇଁ ଏସି ସ୍ବପ୍ନ ଥିଲା । ଯାହା ଏବେ ସାଧାରଣ ଜିନିଷ ପାଲଟିଯାଇଛି । କାରଣ ଗରମର ତାପମାତ୍ରା ଏତେ ବଢିଯାଇଛି ଯେ, ଘରେ ଘରେ ସମସ୍ତଙ୍କ ଏସି ବ୍ୟବହାର କରୁଛନ୍ତି ।
    ଥରେ ଭାବନ୍ତୁ ତ ଯଦି ଏସି ନଥାନ୍ତା ତେବେ ଗରମ କ’ଣ ଆମେ ସହିପାରିଥାନ୍ତେ ? ଆଜିକାଲି ଯେଉଁ ମୁଣ୍ଡଫଟା ଖରା ହେଉଛି ଫ୍ୟାନ୍ ପବନରେ ଚଳିବା ବି କଷ୍ଟକର ହୋଇପଡୁଛି । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ଡିଗ୍ରୀ ବଢାଇଅହରହ ରୁମ୍ ଭିତରେ ପଶି ରହୁଛନ୍ତି । ଯାହାଫଳରେ ଆରାମରେ ଲୋକେ ଶୋଇ ପଡିଥାନ୍ତି । ଏହା ଆମକୁ ଯେତିକି ଖୁସି ଦେଇଥାଏ ଆମ ସ୍ବାସ୍ଥ୍ୟ ପ୍ରତି ସେତିକି ମଧ୍ୟ କ୍ଷତିକାରକ ହୋଇଥାଏ । ଯଦି ଆପଣ ସାରା ରାତି ଏସି ରୁମରେ ସମୟ ବିତାଉଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏସି ଚାଲୁ କରୁଥିବା ସମୟରେ କେଉଁ ସବୁ ଉପାୟ ଗ୍ରହଣ କରିବା ଉଚିତ୍ ଆସନ୍ତୁ ଜାଣିବା ।

    ଏସି କିଛି ମୁହୂର୍ତ୍ତ ପାଇଁ ହୁଏ ତ ଥଣ୍ଡା ଦେଇଥାଏ ଦେଇଥାଏ ହେଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଅଧିକ ସମୟ ଏସି ରୁମରେ ରହିବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ଏସି ଗରମ ଏବଂ ଆଦ୍ରତାକୁ ଶୋଷିତ କରିଥାଏ । ଫଳରେ ଆମ ସ୍କିନ ଡ୍ରାଏ ରହିଥାଏ । ଏସିରେ ଏତେ ପ୍ରଭାବ ଥାଏ ଯେ ସ୍କିନକୁ ନୁହେଁ ବରଂ ଓଠ ଏବଂ ନାକକୁ ଡ୍ରାଏ କରି ଦେଇଥାଏ । ଏହା ସହିତ ଆଖି ମଧ୍ୟ ଜଳାପୋଡା ହୋଇଥାଏ । ଏତିକି ନୁହେଁ ବରଂ ସକାଳୁ ଉଠିବା ମାତ୍ରେ ଗଳାକୁ ମଧ୍ୟ ଦରଜ କରି ଦେଇଥାଏ । ବିଶେଷକରି ଯେଉଁମାନେ ସାଇନସ୍ ସମସ୍ୟାରେ ପୀଡିତ ସେମାନେ ସାରା ରାତି ଏସିରେ ଶୋଇବା ପରେ ସକାଳେ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଆପଣ ଏହି ସବୁ ଶୁଣିବା ପରେ ନିହାତି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଯଦି ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ଉପାୟକୁ ଅନୁକରଣ କରନ୍ତୁ ।

    ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣଙ୍କୁ ଏକ ଛୋଟ ପ୍ରତିକାର କରିବାକୁ ପଡିବ । ଆପଣ ଯେଉଁ ଘରେ ରାତିସାରା ଏସିରେ ଶୋଉଛନ୍ତି ସେଠାରେ ଏକ ବାଲଟି ପାଣି ଭର୍ତ୍ତି କରି ରଖନ୍ତୁ । ଯାହା ବାୟୁରେ ଶୁଷ୍କତା ହ୍ରାସ କରିବ । ଏସିରେ ଥିବା ପାଣି ନ୍ୟାଚୁରାଲ ହ୍ୟୁମିଡିଫାଏର ଭାବରେ କାମ କରେ । ଏଥିରୁ ଧୀରେ ଧୀରେ ପାଣି ବାଷ୍ପିଭୂତ ହୋଇ ଘରକୁ ଆଦ୍ର କରିଦେଇଥାଏ । ଯାହାଦ୍ବାରା ସ୍କିନର ଡ୍ରାଏନେସକୁ କମ୍ କରି ଦେଇଥାଏ । ନିଶ୍ୱାସ ନେବାକୁ ସହଜ କରିବା ସହ ରାତିରେ ଭଲ ନିଦ ହୋଇଥାଏ । ଶୋଇବା ସମୟରେ ରୁମରେ ଆର୍ଦ୍ରତା ଥିବାରୁ ପରଦିନ ସକାଳେ ଆପଣଙ୍କୁ ଫ୍ରେସ୍ ଅନୁଭବ ହୁଏ ।

    ଆପଣ ବହୁତ କମ ଖର୍ଚ୍ଚରେ କୋଠରୀରେ ଆର୍ଦ୍ରତା ସ୍ତରକୁ ବଜାୟ ରଖିପାରିବେ । ଝରକା ପାଖରେ ପାଣି ବାଲଟି ରଖିବାକୁ ଚେଷ୍ଟା କରନ୍ତୁ । ସେଥିରେ କିଛି ବୁନ୍ଦା ତେଲ କିମ୍ବା ଲେମ୍ବୁ ଚୋପା ପକାଇ ଦିଅନ୍ତୁ ଯାହା ଆହୁରି ଭଲ ପ୍ରଭାବ ପକାଇବ । ଏହା ଛଡା ଗୋଟିଏ ଭଲ ବାସ୍ନା ମଧ୍ୟ ରୁମରେ ରହିବ । କିନ୍ତୁ ହଁ ପାଣି ବଦଳାଇବାକୁ ଭୁଲନ୍ତୁ ନାହିଁ କାରଣ ମଶା ସ୍ଥିର ପାଣିରେ ଶୀଘ୍ର ବଂଶବୃଦ୍ଧି କରିଥାନ୍ତି । ତେବେ ଏହା AC ଦ୍ୱାରା ହେଉଥିବା କ୍ଷତିକୁ କମ କରିବାର ଏକ ଭଲ ଉପାୟ ।

    Previous article

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    86 %
    2.5kmh
    100 %
    Tue
    25 °
    Wed
    31 °
    Thu
    33 °
    Fri
    31 °
    Sat
    32 °

    ସମ୍ବନ୍ଧିତ