Sunday, September 14, 2025
30.1 C
Odisha

    ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ

    ଆଗକୁ ପଢନ୍ତୁ

    ଉଦଳା    : ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ । ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଉଦଳା ଶରତ ଥାନା ଦେବାନବାହାଳୀ ଗ୍ରାମରେ । ଏହି ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଲେ । ଅନ୍ୟ ଦୁଇ ଘରେ ଶୋଇଥିବା ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ କରିଲେ । ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ । ଲୁଟିବା ପରେ ୨ ଭାଇଙ୍କୁ ଘର ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇଯାଇଥିଲେ ଲୁଟେରା । ୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିବା ବେଳେ ସେମାନେ ଲୁଟର ଶିକାର ବ୍ୟକ୍ତିଙ୍କୁ ନାମ ଧରି ଡାକୁଥିଲେ । ପଏଣ୍ଟ ବ୍ଲାଙ୍କରେ ଲୁଟ କରି ଲୁଟେରା ଯିବା ପରେ ନିଜ କର୍ମଚାରୀଙ୍କୁ ଡାକି ଗେଟ ଖୋଲି ବାହାରକୁ ଆସିଥିଲେ ଚନ୍ଦନ ।

    ଏଭଳି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଯାହାକୁ ନେଇ ସେ ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ଦିନ ରାତି କିଛି ମାନୁନାହାନ୍ତି ଏ ଲୁଟେରା । ନା ପୋଲିସକୁ ଭୟ ନାହିଁ କାନୁନର ଭୟ ରହିଛି ଏ ଦୁର୍ବୃତ୍ତଙ୍କୁ । ଯେଉଁଥିପାଇଁ ନିଜ ଘରେ ବି ଭୟରେ ରହୁଛନ୍ତି ଲୋକେ । ତେବେ ତୁରନ୍ତ ଅଭିଯୁକ୍ତକୁ ଧରିବା ସହ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    66 %
    0.9kmh
    92 %
    Sun
    30 °
    Mon
    25 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ