Saturday, January 11, 2025
25.9 C
Odisha

    ରାତ୍ରି ଭୋଜନ ପରେ ଚା’ ପିଉଛନ୍ତି କି? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ

    ଆଗକୁ ପଢନ୍ତୁ

    ଭାରତରେ ଅଧିକାଂଶ ଲୋକ ଚା ପିଇ ନିଜ ଦିନ ଆରମ୍ଭ କରିଥାନ୍ତି । ଚା’ ବିନା ସକାଳର ଆରମ୍ଭ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆ ପରେ ଚା ପିଇଥାନ୍ତି ଏବଂ ଆଉ କିଛି ଲୋକେ ରାତ୍ରି ଭୋଜନ ପରେ ମଧ୍ୟ ଚା ପିଇବାକୁ ପସନ୍ଦ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ରାତିରେ ଭୋଜନ ପରେ ଚା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ? ତେବେ ଆସନ୍ତୁ ଜାଣିବା ରାତିରେ ଭୋଜନ ପରେ ଚା ପିଇଲେ କ’ଣ କ୍ଷତି ହୋଇଥାଏ ।

    ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଚା ପିଅନ୍ତି ତେବେ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ସହ ରାତ୍ରି ଭୋଜନ ପରେ ଚା ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ରାତ୍ରି ଭୋଜନ ପରେ ଚା ପିଇବାକୁ ମନା କରିଥାନ୍ତି ।

    ଏହା ସହ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ, ଯଦି ରାତି ସମୟରେ ଚା ପିଉଛନ୍ତି ତେବେ ଆପଣଙ୍କୁ ଠିକ୍ ଭାବରେ ନିଦ ହେବ ନାହିଁ । ଏହି କାରଣରୁ ଅନେକ ରୋଗରେ ମଧ୍ୟ ଶିକାର ହୋଇପାରନ୍ତି । ଶୋଇବା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ରାତ୍ରି ସମୟରେ କଦାପି ଚା ପିଅନ୍ତୁ ନାହିଁ ।

    ଚା’ ପିଇବା ଅଭ୍ୟାସ୍ କରିଲେ ଅନେକ ରୋଗରେ ସମ୍ମୁଖୀନ ହେବେ ଏବଂ ଠିକ୍ ଭାବରେ ନିଦ ହେବ ନାହିଁ । ଏହି କାରଣରୁ ଆମର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିବ । ଯଦି ଆପଣ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଚାହୁଛନ୍ତି, ତେବେ ଚା’ ଠାରୁ ଦୂରେଇ ରୁହନ୍ତୁ । ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବା ସହ ଗ୍ୟାସ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.9 ° C
    25.9 °
    25.9 °
    30 %
    2kmh
    41 %
    Sat
    28 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ