Saturday, September 13, 2025
28.9 C
Odisha

    ରାମଲାଲାଙ୍କୁ ଦର୍ଶନ କଲେ ମରିସସ୍ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଅଯୋଧ୍ୟା  : ରାମମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟପ୍ରତାପ ଶାହି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ମରିସସ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ, ଭାରତ ଓ ମରିସସ ମଧ୍ୟରେ ସାଂସ୍କୃତିକ ଏକତାର ପ୍ରତୀକ ବୋଲି କହିଥିଲେ ଯୋଗୀ ଆଦିତ୍ୟନାଥ। ମରିସସରେ ଅନେକ ଭାରତୀୟ ବଂଶୋଦ୍ଭବ ବସବାସ କରନ୍ତି ଏବଂ ସେଠାରେ ରାମାୟଣ, ଭଗବାନ ରାମ ଓ ଭାରତୀୟ ପରମ୍ପରା ପ୍ରତି ବିଶେଷ ଆସ୍ଥା ଦେଖିବାକୁ ମିଳିଥାଏ ବୋଲି କହି ଯୋଗୀ ତାଙ୍କୁ ସ୍ବାଗତ କରିଥିଲେ। ଅଯୋଧ୍ୟାରେ ରାମଗୁଲାମଙ୍କ ଆଗମନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମନ୍ଦିର ପରିସରରେ ପୁଲିସ ଓ ସୁରକ୍ଷାବାହିନୀ ନିୟୋଜିତ ହୋଇଥିଲେ।

    ସୂଚନାଯୋଗ୍ୟ ମରିସସ୍ ପ୍ରଧାନମନ୍ତ୍ରୀ ୯ ରୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.9 ° C
    28.9 °
    28.9 °
    74 %
    2.1kmh
    99 %
    Sat
    29 °
    Sun
    30 °
    Mon
    29 °
    Tue
    25 °
    Wed
    27 °

    ସମ୍ବନ୍ଧିତ