Tuesday, July 7, 2026
31.2 C
Odisha

    ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାର ରିପୋର୍ଟ ଜାରି କଲା SIT, ଜୋତା ଏବଂ ପକେଟରେ ଲୁଚାଇ ନେଉଥିଲେ ଟଙ୍କା, ୬ କର୍ମଚାରୀ ଗିରଫ

    ଆଗକୁ ପଢନ୍ତୁ

    ଅଯୋଧ୍ୟା : ରାମ ମନ୍ଦିର ଦାନ ଅର୍ଥ ମହାଘୋଟାଲା ପ୍ରକାଶ କଲା SIT । ୬ କର୍ମଚାରୀ ଗିରଫ । ମନ୍ଦିରର ଦାନ ଗଣତି ଗୃହ ମଧ୍ୟରେ ବ୍ୟାପକ ଏବଂ ସଂଗଠିତ ଭାବେ ଟଙ୍କା ଚୋରି ହେଉଥିବା ନେଇ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ପର୍ଦ୍ଦାଫାସ କରିଛି । ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ଏବଂ ତଦାରଖ କରୁଥିବା ଅଧିକାରୀଙ୍କ ଘୋର ଅବହେଳା ଯୋଗୁଁ ଏଭଳି ସାଂଘାତିକ ଚୋରି ସମ୍ଭବ ହୋଇପାରିଥିଲା ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଗତକାଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସମ୍ମୁଖରେ ଏହି ରିପୋର୍ଟ ରଖାଯାଇଥିଲା ।

    ରିପୋର୍ଟ ମୁତାବକ, ଚଳିତ ବର୍ଷ ଏପ୍ରିଲ ୨୭ ରୁ ଜୁନ୍ ୫ ମଧ୍ୟରେ ମନ୍ଦିରର ଟଙ୍କା ଗଣତି କର୍ମଚାରୀମାନେ ସେମାନଙ୍କ ପୋଷାକ, ପକେଟ୍ ଏବଂ ଜୋତା ଭିତରେ ଟଙ୍କା ଲୁଚାଇ ନେଉଥିବାର ପ୍ରାୟ ୭୦ଟି ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । SITର ସୁପାରିଶ କ୍ରମେ ଚୋରିରେ ସମ୍ପୃକ୍ତ ୬ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏହା ସହ ଦାୟୀ ଥିବା ଉଚ୍ଚ ପଦାଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଟଙ୍କା ଗଣତି କରୁଥିବା ୬ ଜଣ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ SIT ସୁପାରିଶ କରିଛି । ଏହି ସମସ୍ତ ୬ ଜଣଙ୍କୁ ପ୍ରଶାସନ ପକ୍ଷରୁ ଗିରଫ କରାଯାଇ ସାରିଛି ।

    ସୁରକ୍ଷା ଦାୟିତ୍ୱରେ ଥିବା ସୁପରଭାଇଜର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ନିଜ କାମରେ କାହିଁକି ଅବହେଳା କଲେ, ସେ ନେଇ ଅଧିକ ଗଭୀର ତଦନ୍ତ ପାଇଁ ରିପୋର୍ଟରେ କୁହାଯାଇଛି । ଏପ୍ରିଲ ୨୭ ରୁ ଜୁନ୍ ୫ ମଧ୍ୟରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ପରେ ସତ ପଦାକୁ ଆସିଛି । ଟଙ୍କା ଗଣୁଥିବା କର୍ମଚାରୀମାନେ ନୋଟ୍ ବିଡ଼ା ଏବଂ ଖୁଚୁରା ପଇସାକୁ ନିଜ ପୋଷାକ, ପକେଟ୍ ଏବଂ ଜୁତା ଭିତରେ ଲୁଚାଉଥିବାର ପ୍ରାୟ ୭୦ଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହା କୌଣସି ଆକସ୍ମିକ ଘଟଣା ନୁହେଁ, ବରଂ ଏକ ସଂଗଠିତ ଢଙ୍ଗରେ ଦୀର୍ଘ ଦିନ ଧରି ଏହି ଲୁଟ୍ ଚାଲିଥିଲା ବୋଲି SIT ନିଜ ରିପୋର୍ଟରେ ଦର୍ଶାଇଛି । ସାରା ବିଶ୍ୱର ଶ୍ରଦ୍ଧାଳୁମାନେ ରାମ ମନ୍ଦିରକୁ କୋଟି କୋଟି ଟଙ୍କାର ଦାନ ପଠାଉଥିବା ବେଳେ, ମନ୍ଦିରର ଏଭଳି ଦୁର୍ବଳ ଦାନ ପରିଚାଳନା ବ୍ୟବସ୍ଥା ଏବେ ସମସ୍ତଙ୍କୁ ଚକିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.2 ° C
    31.2 °
    31.2 °
    66 %
    3.8kmh
    79 %
    Tue
    31 °
    Wed
    31 °
    Thu
    32 °
    Fri
    29 °
    Sat
    26 °

    ସମ୍ବନ୍ଧିତ