Tuesday, July 7, 2026
31.2 C
Odisha

    ରାତି ଅଧରେ ରାଜଧାନୀରେ ବୁଲିଲା ଖଣ୍ଡା, ଦୋକାନୀଙ୍କୁ ହାଣିଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ହଣାକଟା । ରାତି ଅଧରେ ଲକ୍ଷ୍ମୀସାଗରରେ ବୁଲିଲା ଖଣ୍ଡା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଓ ମହିଳା ଲହୁଲୁହାଣ ହୋଇଛନ୍ତି । ଖଣ୍ଡା ଚୋଟରେ ଆହତ ହୋଇଥିବା ଯୁବକ ହେଲେ ଉଦୟ କିରଣ । ଉଦୟ କିରଣ ଓ ମହିଳାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।

    ଖବର ଅନୁଯାୟୀ, ଭୁବନେଶ୍ବର ଷ୍ଟେସନ ବଜାର ଅଞ୍ଚଳରେ ଜଣେ ପାନ ଦୋକାନୀ ବିଳମ୍ବିତ ରାତି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ରାମୁଲୁ ନାମ ଯୁବକ ଅନ୍ୟ କିଛି ସହଯୋଗୀଙ୍କ ସହ ଆସି ଅତର୍କିତ ଆକ୍ରମଣ କରିଥିଲେ । ରାମୁଲୁର ଖଣ୍ଡା ଚୋଟରେ ଉଦୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନ ଖଣ୍ଡା ଚୋଟ ବାଜିଛି । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ଦୁର୍ବୃତ୍ତଙ୍କ ଆକ୍ରମଣ ଶିକାର ହୋଇଛନ୍ତି । ଖଣ୍ଡାଚୋଟ ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଛି। ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପଛର କାରଣ କ’ଣ ଥିଲା, ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ଘଟିଛି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ସିସିଟିଭି ଯାଞ୍ଚ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.2 ° C
    31.2 °
    31.2 °
    66 %
    3.8kmh
    79 %
    Tue
    31 °
    Wed
    31 °
    Thu
    32 °
    Fri
    29 °
    Sat
    26 °

    ସମ୍ବନ୍ଧିତ