Monday, July 6, 2026
24.7 C
Odisha

    ରାମ ମନ୍ଦିର ଦାନ ଚୋରି ମାମଲା, ଚମ୍ପତ ରାୟ ଏବଂ ଅନିଲ ମିଶ୍ରାଙ୍କ ଇସ୍ତଫା ଗୃହୀତ

    ଆଗକୁ ପଢନ୍ତୁ

    ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଇସ୍ତଫା ଗୃହୀତ ହୋଇଛି । ଦାନ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଚମ୍ପତ ରାୟ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ଏବେ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି । ଏହାସହିତ ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇଛି ।

    ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ବୈଠକ ମଣି ରାମଦାସ ଛାଉଣୀରେ ହେବାର ଥିଲା । କିନ୍ତୁ ସୁରକ୍ଷା କାରଣରୁ ବୈଠକ ସ୍ଥାନ ବଦଳା ଯାଇଥିଲା । ଏବେ ଏହା ରାମ ମନ୍ଦିର ପରିସରରେ ହେଉଛି । ବୈଠକରେ ଚମ୍ପତ ରାୟ (ମହାସଚିବ) ଓ ଅନିଲ ମିଶ୍ର (ଟ୍ରଷ୍ଟି)ଙ୍କ ଇସ୍ତଫା ଗୃହୀତ ହୋଇଛି ।

    ମହନ୍ତ ନୃତ୍ୟଗୋପାଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବୈଠକରେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମିଟିଂର ଏଜେଣ୍ଡା ରଖିଛନ୍ତି । ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରୁ ଇସ୍ତଫା ଦେଇଥିବାରୁ ଚମ୍ପତ ରାୟ ଓ ଅନିଲ ମିଶ୍ର ବୈଠକକୁ ଆସି ନାହାନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଦାନରାଶି ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    85 %
    3.3kmh
    100 %
    Mon
    25 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ