Monday, September 8, 2025
29.1 C
Odisha

    ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେଲେ ସୁରେଶ, ଘର ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଚାଲିଛି ସମ୍ବର୍ଦ୍ଧନା ଉତ୍ସବ

    ଆଗକୁ ପଢନ୍ତୁ

    ସୋର  :   ଘର ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ଚାଲିଛି ସମ୍ବର୍ଦ୍ଧନା ଉତ୍ସବ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସୁରେଶ ପାଇଁ ଆମେ ଗର୍ବିତ । ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରି ଗାଁକୁ ଫେରିଛନ୍ତି ଇଞ୍ଜିନିଅର ସୁରେଶ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ଗାଁର ଇଞ୍ଜିନିଅର ସୁରେଶ କୁମାର ମହାନ୍ତି । ଏମଏସଡିଇ ସ୍କିଲ ଇଣ୍ଡିଆ ବୃତ୍ତିଗତ ତାଲିମ ଏବଂ ଉଦ୍ୟମତା ବିକାଶରେ ଉତ୍କର୍ଷତା ପାଇଁ ଜାତୀୟ ଶିକ୍ଷକ ପୁରସ୍କାର  ୨୦୨୫ ପାଇଁ ମନୋନୀତ ହୋଇଥିଲେ । ତେବେ ଗତ ଗୁରୁଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ନୂଆ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ମାନପତ୍ର ମେଡାଲ ଏବଂ ୫୦,୦୦୦ରାଶି ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଛନ୍ତି । ଖୋର୍ଦ୍ଧାର ସ୍ବତନ୍ତ୍ର ଆଇଟିଆଇର ସହାୟକ ଅଧିକାରୀ ଭାବେ ଅଛନ୍ତି ଶ୍ରୀ ସୁରେଶ କୁମାର ମହାନ୍ତି । ଏ ସମ୍ମାନ ସମସ୍ତ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ପରିବାର ଏବଂ ଗ୍ରାମବାସୀ ପାଇଁ ଉତ୍ସର୍ଗିତ ବୋଲି ସେ କହିଛନ୍ତି ।

    ପିଲା ଦିନେ ପ୍ରତ୍ୟେକ କାମକୁ ନିଷ୍ଠାର ସହିତ ସମ୍ପାଦନା କରୁଥିଲେ ସୁରେଶ । ଏବେବି ସେହି ଧାରା ଚାଲୁ ରହିଛି । ଗରସଂଗ ରାମଚନ୍ଦ୍ର ଉଚ୍ଚ ବିଦ୍ୟାପୀଠରୁ ହାଇସ୍କୁଲ ସାରି ସୋର ଉପେନ୍ଦ୍ରନାଥ କଲେଜରେ ବିଜ୍ଞାନ ପରେ ଭଦ୍ରକ ବରପଦା ସ୍କୁଲ୍ ଅଫ୍ ଇଞ୍ଜିନୟରିଂ ରେ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରିଥିଲେ ।

    ବାପା ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ମାଆ ତୃପ୍ତିଲତା ମହାନ୍ତିଙ୍କ ସାନପୁଅ ସୁରେଶ ପିଲାବେଳୁ ଶାନ୍ତ ସରଳ ସ୍ୱଭାବର ଥିବାବେଳେ ଜଣେ ମେଧାବୀ ଛାତ୍ର ଥିଲେ । ପୁଅର ଉତ୍ତୋରତର କାମନା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ତାଙ୍କ ମା’ । ତାଙ୍କର ଏହି ସମ୍ମାନ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ସେ ତାଙ୍କ ଗାଁ ଗରସଙ୍ଗରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଉପଲକ୍ଷେ ତାଙ୍କୁ ନିଜ ଘର ଠାରୁ ପଞ୍ଚାୟତ ପାଛୋଟି ନିଆଯାଇଥିଲା । ସେଠାରେ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟା, ସ୍କୁଲ ଓ କଲେଜ ର ଶିକ୍ଷକ, ଅଧ୍ୟାପକ ଗ୍ରାମବାସୀମାନେ ସ୍ୱାଗତ ଜଣାଇ ଶୁଭ ମନାସି ଥିଲେ।  ଦିବ୍ୟାଙ୍ଗ ପିଲାମାନଙ୍କୁ ତାଲିମ ଦେବା ପାଇଁ ସ୍ବତନ୍ତ୍ର ଶୈଳୀ ଆପଣାନ୍ତି ସୁରେଶ ମହାନ୍ତି । ଭିନ୍ନ ରାସ୍ତାରେ ପିଲାଙ୍କୁ ତାଲିମ ଦେଇଥିବାବେଳେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ତ୍ୟାଗ ନିଷ୍ଠା ଏବଂ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    75 %
    1.3kmh
    49 %
    Mon
    28 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ