Friday, March 27, 2026
25.4 C
Odisha

    ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ ଭୋଜି ପାଇଁ ରାମଜିତ୍‌, କିରନ୍‌ଙ୍କୁ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ନୈଶ ଭୋଜିରେ ରାଇରଙ୍ଗପୁର ଅଂଚଳର ଦୁଇଜଣ ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ୧୦ ନଂ ୱାର୍ଡ ଅଁଳାଡୁବାର କିରଣ ଡଗରା ବିଭିନ୍ନ ପୂଜା ପାର୍ବଣରେ ମନ୍ଦିର, ମଠ ସମ୍ମୁଖ୍ୟରେ ଭୋଗ ପ୍ରସ୍ତୁତ କରି ବିକ୍ରୟ କରିଥାନ୍ତି। ସେ ଜଣେ ସାଧାରଣ ବର୍ଗର ଗରିବ ମହିଳା। ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ନିମନ୍ତ୍ରଣ ପାଇବା ପରେ ସେ ବହୁତ୍ ଉତ୍ସାହିତ ଅଛନ୍ତି। ସେ କେବେ ଭାବିନଥିଲେ ଯେ ରାଷ୍ଟ୍ରପତି ଭବନରେ ଏକ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି। ସେହିପରି ବାଦାମପାହାଡ଼ ଥାନା ଅର୍ନ୍ତଗତ ପଢ଼ିଆ ନିକଟସ୍ଥ ଗୋବିନ୍ଦପୁର ଗ୍ରାମର ରାମଜିତ୍ ଟୁଡୁଙ୍କୁ ମଧ୍ୟ ୨୬ ଜାନୁୟାରୀ ୨୦୨୫ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ନୈଶ ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ ଆସିଛି। ରାମଜିତ୍ ଟୁଡୁ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜ୍ କରି ପ୍ରଚାର୍ ପ୍ରସାର ଓ ସଂରକ୍ଷଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ଭବନରେ ଆୟିଜିତ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇ ସେ ବହୁତ ଖୁସି ଅଛନ୍ତି। ଏଥି ପାଇଁ ସେ ଧନ୍ୟଭାଦ ଅର୍ପଣ କରିଛନ୍ତି। ରାମଜିତ୍ ରାଜସ୍ବୀ ନିରୀକ୍ଷକ ଅଛନ୍ତି।

    ଜାନୁଆରି ୨୬ କାର୍ଯ୍ୟକ୍ରମ ପରେ ପରେ ଆଟ୍ ହୋମ୍ କାର୍ଯ୍ୟକ୍ରମ କରାଯାଏ। ସାଧାରଣତନ୍ତ୍ର ଦିବସରେ ଆସିଥିବା ଅତିଥିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥାନ୍ତିି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ