Tuesday, April 7, 2026
31.9 C
Odisha

    ରାଷ୍ଟ୍ରୀୟ ସମ୍ମାନର ସହ ପଞ୍ଚଭୂତରେ ଲୀନ ହେଲେ ମନୋଜ କୁମାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଶେଷକୃତ୍ୟ ମୁମ୍ବାଇରେ ରାଷ୍ଟ୍ରୀୟ ସମ୍ମାନର ସହ କରାଯାଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୪ ଏପ୍ରିଲରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଏହି ଅଭିନେତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।ତାଙ୍କ ପରଲୋକରେ ପୂରା ବଲିଉଡ୍ ଜଗତ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅଭିନେତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଯାହାଙ୍କ ମୃତ୍ୟୁ ହିନ୍ଦୀ ସିନେମା ପାଇଁ ଏକ ଯୁଗର ଅନ୍ତ ବୋଲି କହିଲେ ଭୁଲ୍‌ ହେବ ନାହିଁ। ତାଙ୍କ ବାସଭବନରୁ ମିଳିଥିବା ଦୃଶ୍ୟରେ ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ପୁଷ୍ପ ସାଜସଜ୍ଜା କରୁଥିବାର ଦେଖାଯାଇଥିଲା। ଜାତୀୟ ପତାକାର ପ୍ରତୀକ ତ୍ରିରଙ୍ଗା ଫୁଲରେ ସଜ୍ଜିତ ଏକ ଆମ୍ବୁଲାନ୍ସ ତାଙ୍କ ପାର୍ଥିବ ଶରୀରକୁ ବହନ କରି ନେଇଥିଲା।ଗତକାଲି ମନୋଜ କୁମାରଙ୍କ ପୁଅ କୁନାଲ ଗୋସ୍ୱାମୀ ଏହି ଦୁର୍ଭାଗ୍ୟଜନକ ଖବରକୁ ନିଶ୍ଚିତ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଶନିବାର ପବନ ହଂସ ଶ୍ମଶାନରେ ତାଙ୍କର ଶବଦାହ କରାଯିବ।

    “ଏହା ଭଗବାନଙ୍କ କୃପା ଯେ ସେ ଶାନ୍ତିପୂର୍ଣ୍ଣ ଭାବରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କର ଶବଦାହ ଆସନ୍ତାକାଲି ହେବ,” ବୋଲି ମନୋଜଙ୍କ ପୁଅ ଗଣମାଧ୍ୟମରେ ମତ ରଖିଥିଲେ। ମନୋଜ କୁମାର ତାଙ୍କର ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ ଥିଲେ। ଯାହାଫଳରେ ତାଙ୍କୁ ଲୋକମାନେ ପ୍ରେମରେ ‘ଭାରତ କୁମାର’ ବୋଲି ସମ୍ବୋଧିତ କରୁଥିଲେ। ସେ ଏକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ସାତଟି ଫିଲ୍ମଫେୟାର ପୁରସ୍କାର ପ୍ରାପ୍ତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ