Sunday, April 12, 2026
39 C
Odisha

    ରାସ୍ତାରେ ଯାଉଥିବା ସମୟରେ ମୃତ ବ୍ୟକ୍ତିର ଶବ ଦେଖିଲେ କେଉଁ କଥାକୁ ଦେଇଥାଏ ସଂକେତ

    ଆଗକୁ ପଢନ୍ତୁ

    ଜ୍ୟୋତିଷଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଘରୁ ବାହାରିବା ସମୟରେ କିଛିଟା କଥାକୁ ଧ୍ୟାନ ଦେବା ଜରୁରୀ, ଯାହାକି ଆମ ଜୀବନରେ ଦେଇଥାଏ ବିଶେଷ ସଂକେତ। ସେହିଭଳି ଆମେ ଅନେକ ସମୟରେ ରାସ୍ତାରେ ଯାଉଥିବା ସମୟରେ ଅଚାନକ ଭାବରେ କୌଣସି ମୃତ ବ୍ୟକ୍ତିର ଶବ ଦେଖିଥାଉ, କିନ୍ତୁ ଏହା ଦେଇଥାଏ କେଉଁ ସଂକେତ ଆସନ୍ତୁ ଜାଣିବା –

    – ରାସ୍ତାରେ ଯିବା ସମୟରେ ଯଦି କୌଣସି ମୃତ ବ୍ୟକ୍ତିର ଶବ ଦେଖିବାକୁ ପାଉଛୁ ତେବେ ଏହା ଶୁଭ ସଂକେତ ଅଟେ, ଶୁଭ ଏଥିପାଇଁ କାହିଁକିନା ଶାସ୍ତ୍ର ଅନୁସାରେ ଶେଷ ସମୟରେ ଆତ୍ମା ପରମାତ୍ମା ସହିତ ଲୀନ ହୋଇଯାଇଥାଏ।

    – ଶାସ୍ତ୍ରରେ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଅନ୍ତିମ ସମୟରେ ତାର ବିଦାୟ ଦେଖିବା ପୁଣ୍ୟ ମିଳିଥାଏ, ରାସ୍ତାରେ ଶବ ଦେଖି ଯିବାର ଅର୍ଥ ହେଉଛି ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ସେଥିରେ ସଫଳତା ପ୍ରାପ୍ତି କରିବେ।

    – ରାସ୍ତାରେ ଯିବା ସମୟରେ ଯଦି ଆପଣ ନିଜ ଆଗରେ ଶବ ଯିବାର ଦେଖୁଛନ୍ତି ତେବେ ଜାଣି ରଖିବେ ଯେ ଆପଣଙ୍କର ସମସ୍ତ ବିଗିଡ଼ିଥିବା କାର୍ଯ୍ୟ ଖୁବ ସହଜରେ ହୋଇଯିବ। ଯଦି ଶବ ଦେଖୁଛନ୍ତି ତାହାକୁ ପ୍ରଣାମ କରନ୍ତୁ ଏବଂ ନିଜ ଗନ୍ତବ୍ୟ ପଥରେ ବାହାରି ଯାଆନ୍ତୁ।

    – ଧାର୍ମିକ ମାନ୍ୟତା ଅନୁସାରେ ଯଦି କୌଣସି ମୃତ ବ୍ୟକ୍ତିକୁ କାନ୍ଧ ଦେଇଥାଏ , ତେବେ କାନ୍ଧ ଦେଇଥିବା ବ୍ୟକ୍ତି ଗୋଟିଏ ଯଜ୍ଞ ବରାବର ପୁଣ୍ୟ କାର୍ଯ୍ୟ ଭଳି ପୁଣ୍ୟ ଅର୍ଜନ କରିଥାଏ।

    – ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଶବ ରାସ୍ତାରେ ଦେଖୁଛନ୍ତି ତେବେ ମହାଦେବଙ୍କୁ ଧ୍ୟାନ କରନ୍ତୁ, ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ମଧ୍ୟ ସମସ୍ତ ସମସ୍ୟା ଦୂର ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ