Wednesday, October 14, 2026
26.2 C
Odisha

    ଜନଶୁଣାଣି ଅଭିଯୋଗର ସମାଧାନ ନହେଲେ କାର୍ୟ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ଏବେ ଆକ୍ସନ୍ ମୋଡରେ ଆସିଛି। ଜନଶୁଣାଣିରେ ଲୋକମାନଙ୍କ ପକ୍ଷରୁ ଅଣାଯାଉଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଚିଠି ଜାରି ହୋଇଛି ।ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୁଲିସ ଡିଜି, ପୁଲିସ କମିସନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ଜାରି କରାଯାଇଛି।
    କିଛି ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନ ହେଉ ନଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ସେହିଠାରେ ହିଁ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ