Monday, March 16, 2026
23.6 C
Odisha

    ରାହୁଲ ଗାନ୍ଧୀଙ୍କ ଲେଖା ନେଇ ରାଜ ପରିବାର ତାତିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ପ୍ରବନ୍ଧ ଦେଶର ରାଜପରିବାରରେ କ୍ରୋଧ ସୃଷ୍ଟି କରିଛି। ରାହୁଲଙ୍କ ଏହି ଲେଖାକୁ ବିଜେପି ମଧ୍ୟ କଡ଼ା ସମାଲୋଚନା କରିଛି। ପ୍ରବନ୍ଧରେ ରାହୁଲ ଲେଖିଛନ୍ତି ଯେ ‘ଇଷ୍ଟ ଇଣ୍ଡିଆ କମ୍ପାନି’ ଶେଷ ହୋଇଯାଇଛି, କିନ୍ତୁ ଏହା ଦ୍ୱାରା ସୃଷ୍ଟି ହୋଇଥିବା ଭୟ ଏବେ ବି କାଏମ ରହିଛି । ରାହୁଲ ଗାନ୍ଧୀଙ୍କ ଏହି ଲେଖାକୁ ନେଇ ଭାରତର ବିଭିନ୍ନ ରାଜପରିବାରର ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଲେଖାକୁ ରାହୁଲ ଗାନ୍ଧୀଙ୍କ ଅଜ୍ଞତାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଥିବା ବେଳେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମଧ୍ୟ ଏକ ଖବରକାଗଜରେ ପ୍ରକାଶିତ ପ୍ରବନ୍ଧରେ ରାହୁଲ ଲେଖିଛନ୍ତି ଯେ ଇଷ୍ଟ ଇଣ୍ଡିଆ କମ୍ପାନି ଭାରତକୁ ଚୁପ୍ କରିଦେଇଥିଲା। ଏହା ସେମାନଙ୍କର ବ୍ୟବସାୟିକ ଶକ୍ତି ନୁହେଁ ବରଂ ଆମ ରାଜା ମହାରାଜାମାନଙ୍କର ସେମାନଙ୍କ ପ୍ରତି ଦରଦୀ ଆଭିମୁଖ୍ୟ ଯୋଗୁଁ ଘଟିଥିଲା । କଂପାନି ଆମର ନିଷ୍ଠୁର ରାଜା, ମହାରାଜା ଓ ନବାବମାନଙ୍କ ସହ କାରବାର କରି, ସେମାନଙ୍କୁ ଲାଞ୍ଚ ଓ ଧମକ ଦେଇ ଆମକୁ ଦମନ କରିଥିଲା। ଏହି କାରଣରୁ ଆମର ବ୍ୟାଙ୍କିଙ୍ଗ୍‌, ଅମଲାତନ୍ତ୍ର ଏବଂ ସୂଚନା ନେଟୱାର୍କର ନିୟନ୍ତ୍ରଣ କମ୍ପାନି ହାତକୁ ଚାଲିଗଲା । ଆମେ ଅନ୍ୟ କାହା ହାତରେ ଆମର ସ୍ୱାଧୀନତା ହରାଇନଥିଲୁ, ବରଂ ଏକ ଅତ୍ୟାଚାରୀ ବ୍ୟବସ୍ଥା ଚଳାଉଥିବା ଏକଛତ୍ରବାଦୀଙ୍କ ପାଖରେ ଆମେ ଏହା ହରାଇଥିଲୁ ।

    ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଏହି ଲେଖାକୁ ନେଇ କହିଛନ୍ତି, ରାହୁଲ ଗାନ୍ଧୀ ଭାରତର ପୂର୍ବତନ ରାଜ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଯେଉଁ ଅଖଣ୍ଡ ଭାରତର ସ୍ୱପ୍ନ ଦେଖୁଛୁ ତାହା କେବଳ ରାଜପରିବାରର ବଳିଦାନ ଯୋଗୁଁ ସମ୍ଭବ ହୋଇପାରିଛି । ରାହୁଲଙ୍କ ଏହି ଲେଖା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଯେଉଁମାନେ ଘୃଣା ବିକ୍ରି କରନ୍ତି ସେମାନଙ୍କର ଭାରତୀୟ ଗୌରବ ଓ ଇତିହାସ ଉପରେ ବକ୍ତବ୍ୟ ଦେବାର ଅଧିକାର ନାହିଁ। ଭାରତର ସମୃଦ୍ଧ ଐତିହ୍ୟ ବିଷୟରେ ସେମାନଙ୍କର ଅଜ୍ଞତା ସେମାନଙ୍କ ଔପନିବେଶିକ ମାନସିକତାର ସମସ୍ତ ସୀମା ଅତିକ୍ରମ କରିଛି। ବିଜେପି ସାଂସଦ ଯଦୁବୀର ୱାଡିଆର କହିଛନ୍ତି, ରାହୁଲ ଗାନ୍ଧୀଙ୍କର ଇତିହାସ ବିଷୟରେ ଜ୍ଞାନର ଅଭାବ ରହିଛି। ଭାରତୀୟ ଐତିହ୍ୟର ସଂରକ୍ଷଣ ଏବଂ ତତ୍କାଳୀନ ରାଜ୍ୟଗୁଡ଼ିକର ଅବଦାନ ନେଇ ରାହୁଲ ଅଜ୍ଞ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    41 %
    1.3kmh
    2 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ