Tuesday, July 8, 2025
26.6 C
Odisha

ରାହୁଲ ଗାନ୍ଧୀ ଅସୁସ୍ଥ ,ରଦ୍ଦ ହେଲା ନିର୍ବାଚନୀ ଗସ୍ତ

ଆଗକୁ ପଢନ୍ତୁ

କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କର ମଧ୍ୟପ୍ରଦେଶ ସତନା ଗସ୍ତକୁ ସ୍ଥଗିତ କରିଦିଆଯାଇଛି । ତାଙ୍କ ସ୍ଥାନରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସତନା ଯାତ୍ରା କରିବେ । କଂଗ୍ରେସ ମଧ୍ୟପ୍ରଦେଶ ରାଜ୍ୟ ଅଧ୍ୟକ୍ଷ ଜିତୁ ପଟୱାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧୀ ଅସୁସ୍ଥ ଥିବା କାରଣରୁ ଆଜି ସତନା ଆସି ପାରୁନାହାନ୍ତି । ଏପରି ସ୍ଥିତିରେ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସତନା ଯିବାକୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ସତନାରୁ ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ କୁଶବାହାଙ୍କ ସମର୍ଥନରେ ହେଉଥିବା ସଭାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପସ୍ଥିତ ରହିବେ । ଖୁବ୍ ଶୀଘ୍ର ରାହୁଲ ଗାନ୍ଧୀ ସୁସ୍ଥ ହୋଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସେ ଲେଖିଛନ୍ତି । କଂଗ୍ରେସର ମିଡିଆ ସେଲ୍ ପ୍ରଭାରୀ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧୀ ଆଜି ସତନା ଓ ରାଞ୍ଚିରେ ନିର୍ବାଚନ ପ୍ରଚାର ଲାଗି ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ କିନ୍ତୁ ସେ ଅଚାନକ ଅସୁସ୍ଥ ହୋଇପଡିଲେ । ତେଣୁ ସେ ଏବେ ନୂଆଦିଲ୍ଲୀରୁ ବାହାରକୁ ଯାଇପାରିବେ ନାହିଁ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.6 ° C
26.6 °
26.6 °
77 %
5kmh
100 %
Tue
27 °
Wed
26 °
Thu
26 °
Fri
30 °
Sat
31 °

ସମ୍ବନ୍ଧିତ