Sunday, March 29, 2026
39.1 C
Odisha

    ରାୟବରେଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଯୁବତୀଙ୍କୁ ଧକ୍କା ଦେଲା କାର୍

    ଆଗକୁ ପଢନ୍ତୁ

    ରାୟବରେଲି : ଉତ୍ତରପ୍ରଦେଶ ରାୟବରେଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଙ୍ଗା ଏକ୍ସପ୍ରେସୱେରେ ଏକ ସ୍ପିଡ କାର୍ ୮ ଜଣଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ସ୍ଥିତି ଖରାପ ରହିଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ପ୍ରସାଦ ନେଇ ଘରକୁ ଚାଲି ଚାଲି ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।

    ପୋଲିସ ଅନୁଯାୟୀ, ଲୋକମାନେ ଏକ୍ସପ୍ରେସୱେ ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ କାର ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଦୁଇ ଝିଅଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଅନ୍ୟ ଦୁଇ ଝିଅ ପରେ ମୃତ୍ୟୁବରଣ କରିଥିଲେ ।

    ପୋଲିସ ଅନୁଯାୟୀ, ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର କାର ଛାଡି ଘଟଣାସ୍ଥଳରୁ ପଳାଇଯାଇଛି । ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୋଲିସ ଅଧୀକ୍ଷକ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ନିର୍ମାଣାଧୀନ ଗଙ୍ଗା ଏକ୍ସପ୍ରେସୱେରେ ଏକ ଦ୍ରୁତଗାମୀ କାର ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ