ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ରୁବେନ ବାନାର୍ଜୀଙ୍କ ପୁସ୍ତକ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ରୁବେନ ବାନାର୍ଜୀ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି। ବିରୋଧୀଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ବହି ଲେଖିଛନ୍ତି । କାହା ଉପରେ ଲେଖିବା ବେଳେ ତାଙ୍କ ମତାମତ ନେବା କଥା ଓ ଘଟଣାର ସୋର୍ସ ଲେଖିବ କଥା । କିନ୍ତୁ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳର ଭାଷାକୁ ନିଜ ବହିରେ ସଜେଇ ଲେଖି ଥିବା ଅରୁଣ ଅଭିଯୋଗ କରିଛନ୍ତି । ଏବେ ରୁବେନ୍ ବାନାର୍ଜୀ ବିଜେପି ବିରୋଧରେ ଲେଖି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅରୁଣ ସାହୁ ।