Thursday, March 19, 2026
20.8 C
Odisha

    ରୁଷ୍‌-ୟୁକ୍ରେନ ପରସ୍ପରକୁ ଯୁଦ୍ଧବନ୍ଦୀ ଫେରାଇଲେ

    ଆଗକୁ ପଢନ୍ତୁ

    ମସ୍କୋ/କିବ୍‌:  ୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ଆଜି ବର୍ଷର ଶେଷ ଦିବସରେ ଏକ ଖୁସି ଖବର  ମିଳିଛି। ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ  ପରସ୍ପରକୁ ଫେରାଇଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ  ହସ୍ତାନ୍ତର ପାଇଁ ବୁଝାମଣା  ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଝାମଣା ବ୍ୟବସ୍ଥା ଅନୁସାରେ  ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି। ପ୍ରତିବଦଳରେ ରୁଷ୍‌ ୧୫୦ ୟୁକ୍ରେନ୍‌ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ  କରିଥିବା ପୋଷ୍ଟରେ ଲେଖିଛନ୍ତି, ୧୮୯ଜଣ ୟୁକ୍ରେନ୍‌ ସୈନିକ, ସୀମା ସୁରକ୍ଷାକର୍ମୀ, ଦୁଇଜଣ ସାଧାରଣ ନାଗରିକ ରୁଷ୍‌ ଅଧିକୃତ ମାରିୟୁପୋଲ୍‌ରୁ ୟୁକ୍ରେନ୍‌ ଫେରିଛନ୍ତି।   ଏହି ବ୍ୟକ୍ତିମାନେ ଆଜୋଭସତାଲ୍‌, ମାରିୟୁପୋଲ୍‌, ଚେର୍ନୋବିଲ୍‌ ଆଣବିକ ଶକ୍ତିକେନ୍ଦ୍ର  ଓ ସ୍ନେକ୍‌ ଦ୍ବୀପର ସୁରକ୍ଷା ଦାୟିତ୍ବରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ