Sunday, November 9, 2025
23 C
Odisha

    ରେଭେନ୍ସା ବିଶ୍ୱଦ୍ୟିାଳୟରେ ପୁଣି ରାଗିଂ ଅଭିଯୋଗ

    ଆଗକୁ ପଢନ୍ତୁ

    କଟକ : ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ କିଛି ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଖବର ପାଇଁ ହଷ୍ଟେଲରେ ପହଞ୍ଚିଥିଲେ କୁଳପତି, ୱାଡେନ ଏବଂ ଅନ୍ୟ ଅଧ୍ୟାପକ । ନିକଟରେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ନାମଲେଖା ହୋଇଥିବାରୁ ନୂଆ ଛାତ୍ରମାନେ କ୍ୟାମ୍ପସକୁ ଆସି ରହିଛନ୍ତି । ବାହାର ଜିଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ଇଷ୍ଟ ହଷ୍ଟେଲରେ ପ୍ରାୟ ୪୦ରୁ ଅଧିକ ୟୁଜି ଛାତ୍ର ମାନେ ହଷ୍ଟେଲରେ ରହିଥିବା ବେଳେ ପ୍ରଥମ ଦିନ ତୃତୀୟ ବର୍ଷର ଛାତ୍ରମାନେ ସେମାନଙ୍କୁ ପରିଚୟ ପ୍ରଦାନ କରିବା ଆଳରେ ରାଗିଂ କରିଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    46 %
    1.9kmh
    5 %
    Sun
    25 °
    Mon
    25 °
    Tue
    25 °
    Wed
    25 °
    Thu
    25 °

    ସମ୍ବନ୍ଧିତ