Saturday, August 16, 2025
29.5 C
Odisha

    ରେଲୱେରେ ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

    ଆଗକୁ ପଢନ୍ତୁ

    ରେଲୱେରେ କ୍ୟାରିୟର ଗଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲୱେ ଶିକ୍ଷାର୍ଥୀ ପାଇଁ ୨୪୧୮ ପଦବୀ ଆମନ୍ତ୍ରଣ କରିଛି । ୧୨ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ କରାଯିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

    ପଦବୀ ବିବରଣୀ : ୨୪୧୮

    ଆବେଦନ ତାରିଖ : ୧୨ ଅଗଷ୍ଟରୁ ୧୧ସେପ୍ଟେମ୍ବର ୫ ଟା ପର୍ଯ୍ୟନ୍ତ ଆବେଦନକାରୀ ଆବେଦନ କରିପାରିବେ ।

    ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଏସସି, ଏସଟି ପ୍ରାର୍ଥୀଙ୍କୁ ୫ବର୍ଷର ଛାଡ ମିଳୁଥିବାବେଳେ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ ଦିଆଯିବ । ଏଥି ସହିତ ଦିବ୍ୟାଙ୍ଗମାନଙ୍କୁ ୧୦ ବର୍ଷ ଛାଡ ଦିଆଯିବ ।

    ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଦଶମ ଏବଂ +୨ ପାସ୍ କରିଥିବା ଆବଶ୍ୟକ । ଏହା ସହିତ ବୋର୍ଡରେ ୫୦% ମାର୍କ ରହିଥିବା ଛଡ଼ା NTC ମଧ୍ୟ ଥିବା ଜରୁରୀ ।

    ଆବେଦନ ଶୁଳ୍କ : ଆବେଦନକାରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଥିଲାବେଳେ ସଂରକ୍ଷିତ ବର୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି । ଅଧିକ ବିବରଣୀ ପାଇଁ ସରକାରୀ ୱେବସାଇଟର ସାହାଯ୍ୟ ନେଇପାରିବେ ।

    ଆବେଦନ ପ୍ରକ୍ରିୟା :

    ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

    ଏହା ପରେ ହୋମପେଜରେ ଥିବା ଅନଲାଇନ୍ ଆବେଦନର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

    ରେଜିଷ୍ଟ୍ରେସନ୍ କରି ଲଗଇନ୍ କରନ୍ତୁ ଏବଂ ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେଇ ଫର୍ମ ପୂରଣ କରନ୍ତୁ ।

    ପରେ ଜରୁରୀ ଡକ୍ୟୁମେଣ୍ଟ ସ୍କାନ କପି ଅପଲୋଡ କରନ୍ତୁ ।

    ପରେ ଅନଲାଇନ୍ ମାଧ୍ୟମରେ ଧାର୍ଯ୍ୟ ହୋଇଥିବା ଆବେଦନ ଶୁଳ୍କ ଭରନ୍ତୁ ।

    ଶେଷରେ ଫର୍ମଟିକୁ ଭଲ ଭାବରେ ଚେକ୍ କରି ସବମିଟ୍ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତରେ ରଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.5 ° C
    29.5 °
    29.5 °
    74 %
    3.5kmh
    76 %
    Sat
    29 °
    Sun
    30 °
    Mon
    28 °
    Tue
    29 °
    Wed
    29 °

    ସମ୍ବନ୍ଧିତ