Friday, April 3, 2026
39.1 C
Odisha

    ରେଳଧାରଣାରେ ଛୁଆ ଜନ୍ମ ଦେଲା ହାତୀ: ୨ ଘଣ୍ଟା ଅଟକିଲା ଟ୍ରେନ୍

    ଆଗକୁ ପଢନ୍ତୁ

    ରାଞ୍ଚି: ଝାଡ଼ଖଣ୍ଡରେ ଭାରତୀୟ ରେଳବାଇର ଏକ ରେଳଧାରଣାରେ ଏକ ହାତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଅଟକି ଯାଇଥିଲା ଟ୍ରେନ୍। ହାତୀଟି ସୁରକ୍ଷିତ ଭାବରେ ପ୍ରସବ କରିବା ଓ ଛୁଆକୁ ନେଇ ଜଙ୍ଗଲକୁ ଯିବା ପର୍ଯ୍ୟନ୍ତ ଟ୍ରେନ୍‌ଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଏହି ବିରଳ ଓ ହୃଦୟସ୍ପର୍ଶୀ ମୁହୂର୍ତ୍ତ କ୍ୟାମେରାରେ ରେକର୍ଡ ହୋଇ ସାରା ଦେଶର ହୃଦୟକୁ ଜୟ କରିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସରେ ଏହି ଭିଡିଓ ସେୟାର କରି ଏହି ମୁହୂର୍ତ୍ତକୁ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସହାବସ୍ଥାନ ସମ୍ଭାବନାର ପ୍ରମାଣ ବୋଲି କହିଛନ୍ତି।ସେ ଲେଖିଛନ୍ତି, ମଣିଷ-ପଶୁ ସଂଘର୍ଷ ଖବର ମିଳୁଥିବା ବେଳେ ମଣିଷ-ପଶୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅବସ୍ଥାନର ଏହି ଉଦାହରଣକୁ ସେୟାର କରି ଖୁସି ଲାଗୁଛି। ଝାଡ଼ଖଣ୍ଡରେ ଏକ ଟ୍ରେନ୍ ଦୁଇ ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଏକ ହାତୀ, ଛୁଆକୁ ଜନ୍ମ ଦେଇଥିଲା। ପରେ ଦୁହେଁ କିପରି ଖୁସିରେ ଚାଲି ଯାଇଥିଲେ ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହି ଅବସରରେ ମନ୍ତ୍ରୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ ସଂସ୍ଥା ମଧ୍ୟରେ ଚାଲିଥିବା ମିଳିତ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ପରିବେଶ ମନ୍ତ୍ରଣାଳୟ ଓ ଭାରତୀୟ ରେଳ ମନ୍ତ୍ରଣାଳୟ ମିଳିତ ଭାବେ ସମଗ୍ର ଭାରତରେ ୩,୫୦୦ କିଲୋମିଟର ରେଳ ଧାରଣା ସର୍ଭେ କରି ୧୧୦ରୁ ଅଧିକ ସମ୍ବେଦନଶୀଳ ବନ୍ୟପ୍ରାଣୀ କରିଡର ଚିହ୍ନଟ କରିଛନ୍ତି। ଦୁର୍ଘଟଣା ରୋକିବା ଓ ଏଭଳି ଜୀବନ ରକ୍ଷାକାରୀ ମୁହୂର୍ତ୍ତକୁ ସମର୍ଥନ କରିବା ପାଇଁ ବର୍ତ୍ତମାନ ଏହି ଜୋନ୍‌ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ