Tuesday, April 7, 2026
22.5 C
Odisha

    ରୋହିତ ପାକିସ୍ତାନ ଯିବେ କି ନାହିଁ, ତାହା ସ୍ଥିର ହୋଇନି: ବିସିସିଆଇ ସଚିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ମାସ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଫେବ୍ରୁଆରି ୧୬ କିମ୍ବା ୧୭ରେ ପାକିସ୍ତାନରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ନେଇସାରିଥିବା ଚର୍ଚ୍ଚା ହେଉଥିଲା। ହେଲେ ଏବେ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଭିନ୍ନ ସୂଚନା ଦେଇଛନ୍ତି।

    ସେ କହିଛନ୍ତି ଯେ, “ରୋହିତ ଶର୍ମା ଆଇସିସି ତରଫରୁ ଆୟୋଜିତ ହେବାକୁ ଥିବ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ ପାଇଁ ପାକିସ୍ତାନ ଯିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।”

    ଉଲ୍ଲେଖଯୋଗ୍ୟ, ଭାରତ ପ୍ରତିଯୋଗିତାରେ ଭାଗ ନେବାକୁ ପାକିସ୍ତାନକୁ ଯିବନି ବୋଲି ମନା କରିବାରୁ ଏହା ହାଇବ୍ରିଡ୍‌ ମଡେଲ୍‌ରେ ପାକିସ୍ତାନ ଓ ଦୁବାଇରେ ଅନୁଷ୍ଠିତ ହେବ। ଭାରତର ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ଏପରିକି ‌ଫାଇନାଲ୍‌ରେ ପହଞ୍ଚିଲେ ଏହା ମଧ୍ୟ ଦୁବାଇରେ ହେବ ବୋଲି ସ୍ଥିର ହୋଇଛି। କିନ୍ତୁ ଉଦ୍‌ଘାଟନୀ ସମାରୋହ ଆୟୋଜକ ପାକିସ୍ତାନ କରିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଏଥିରେ ପ୍ରତି ଦଳର ଅଧିନାୟକ ‌ଓ ଖେଳାଳି ଯୋଗ ଦେବେ। ଏଥିସହ ଅଧିନାୟକମାନଙ୍କ ଫଟୋ ସୁଟ୍‌ ମଧ୍ୟ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନକୁ ଯିବାକୁ ଭାରତୀୟ ଖେଳାଳିଙ୍କୁ ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ‌‌ହୋଇଛି। ପ୍ରତିଯୋଗିତା ପୂର୍ବ ଇଭେଣ୍ଟ୍‌ ଲାଗି ସମସ୍ତ ଅଧିନାୟକ ସହ ଖେଳାଳି ଓ ଦଳୀୟ ଅଧିକାରୀଙ୍କ ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଭିସା ଲାଗି ସରକାରଙ୍କୁ ଅନୁରୋଧ କରିଛି। ଏଥିରେ ରୋହିତଙ୍କ ସହ ଅନ୍ୟ ଭାରତୀୟ ଖେଳାଳି ଓ ଅଧିକାରୀଙ୍କ ନାଁ ରହିଛି। ପିସିବି ଏଥିସହ ଆଇସିସିକୁ କହିଛି ଯେ ଉଦ୍‌ଘାଟନୀ ସମାରୋହ ପାକିସ୍ତାନରେ ହେବ ଏବଂ ସମସ୍ତ ଦଳର ଅଧିନାୟକ ଯୋଗଦେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ