Sunday, March 22, 2026
25.7 C
Odisha

    ରୌପ୍ୟ ଜିତିବା ପଛର ପ୍ରକୃତ ଗୁମର ଖୋଲିଲେ ନୀରଜ ଚୋପ୍ରା

    ଆଗକୁ ପଢନ୍ତୁ

    ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ନୀରଜ ସ୍ବର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ। ଏଥର ମଧ୍ୟ ନୀରଜଙ୍କଠାରୁ ସ୍ବର୍ଣ୍ଣ ଆଶା କରାଯାଉଥିଲା, କିନ୍ତୁ ସେ କେବଳ ରୌପ୍ୟରେ ପହଞ୍ଚି ପାରିଥିଲେ। ରୌପ୍ୟ ଜିତିବା ପରେ ନୀରଜ ପ୍ରକୃତ ସତ୍ୟ ପ୍ରକାଶ କରି କହିଛନ୍ତି, ସେ ଆହତ ଥିବା କହିଛନ୍ତି। ଆଘାତ ସତ୍ତ୍ୱେ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ନୀରଜ କହିନ୍ତି, ମୋର କଚଟିରେ ଆଘାତ ସମସ୍ୟା ରହିଛି। ମୁଁ ଡାକ୍ତରଙ୍କ ସହିତ ପରାମର୍ଶ କରିବି। ବୋଧହୁଏ ଅସ୍ତ୍ରୋପଚାର ଆବଶ୍ୟକ।

    ରୌପ୍ୟ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ମା’ ମଧ୍ୟ ତାଙ୍କ ଆଘାତ ବିଷୟରେ କହିଥିଲେ। ନୀରଜଙ୍କ ମା’ କହିଥିଲେ, ନୀରଜ ଆହତ ହୋଇଛନ୍ତି। ରୌପ୍ୟ ପଦକ ତାଙ୍କ ପାଇଁ ସ୍ବର୍ଣ୍ଣଠାରୁ କମ ନୁହେଁ।
    ଅଲିମ୍ପିକ୍ସ ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଲା। ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଇଭେଣ୍ଟରେ ଗ୍ରେନାଡାର ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ