Sunday, September 21, 2025
31.8 C
Odisha

    ଲଞ୍ଚ ହେଲା Poco ର ଦୁଇ ଦମଦାର ସ୍ମାର୍ଟଫୋନ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ସ୍ମାର୍ଟଫୋନ୍ ମେକର କମ୍ପାନୀ Poco M7 Pro 5G କୁ ଗତକାଲି ଲଞ୍ଚ କରିଛି। ଏହା ସହିତ କମ୍ପାନୀ Poco C75 କୁ ମଧ୍ୟ ଲଞ୍ଚ କରିଛି। ଏହି ଉଭୟ ସ୍ମାର୍ଟଫୋନ୍ ବଜେଟ୍ ରେଞ୍ଜରେ ଲଞ୍ଚ କରାଯାଇଛି। ଏହା ସହିତ ଅନେକ ଦମଦାର୍ ଫିଚର୍ସ ମଧ୍ୟ ସାମିଲ୍ ଅଛି। ଆପଣଙ୍କୁ କହିବୁ ଏହି ସ୍ମାର୍ଟଫୋନର ଫିଚର୍ସ ବିଷୟରେ।

    Poco M7 Pro 5G Specifications :
    Poco M7 Pro 5G ରେ ୬.୬୭ ଇଞ୍ଚର ଫୁଲ୍ HD+ AMOLED ଡିସପ୍ଲେ ରହିଛି। ଏହି ଡିସପ୍ଲେ ୧୨୦Hz ର ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ। ଏହା ସହିତ ଡିସପ୍ଲେ ପାଇଁ କମ୍ପାନୀ Corning Gorilla Glass 5 ର ପ୍ରୋଟେକ୍ସନ୍ ଦିଆଯାଇଛି। କେବଳ ଏତିକି ନୁହେଁ, କମ୍ପାନୀ ଅନୁଯାୟୀ ଏହି ସ୍ମାର୍ଟଫୋନରେ TUV ଟ୍ରିପଲ କ୍ୟାମେରା ସାର୍ଟିଫିକେସନ୍ ଏବଂ SGS eye care ଡିସପ୍ଲେ ସାର୍ଟିଫିକେସନ୍ ମଧ୍ୟ ପାଇଛି। ଏହି ଫୋନ୍ ମିଡିଆଟେକ୍ ଟାଇମେନସିଟି ୭୦୨୫ ଅଲ୍ଟ୍ରା ପ୍ରୋସେସରରେ ଲ୍ୟାସ୍ ହୋଇଛି। ଏହା ସହିତ ଏଥିରେ ୮GB ପର୍ଯ୍ୟନ୍ତ RAM ମଧ୍ୟ ଦିଆଯାଇଛି।

    କ୍ୟାମେରା ସେଟଅପ୍ :
    ଏହି ସ୍ମାର୍ଟଫୋନର କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ ଏଥିରେ ୫୦ ମେଗାପିକ୍ସେଲ Sony LYT-600 OIS ର ପ୍ରାଇମେରୀ କ୍ୟାମେରା ସହିତ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ରହିଛି। ସେହିଭଳି ସେଲଫି ଏବଂ ଭିଡିଓ କଲିଂ ପାଇଁ ଡିଭାଇସରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହା ସହିତ ଫୋନରେ ମଲ୍ଟି ଫ୍ରେମ୍ ନଏଜ୍ ରେଡିଏସନ୍ ଏବଂ ଫୋର୍ ଇନ୍ ୱାନ୍ ପିକ୍ସେଲ ବ୍ଲିନକିଙ୍ଗ୍ ଫିଚର ମଧ୍ୟ ପ୍ରଦାନ୍ କରାଯାଇଛି। ଏହି ସ୍ମାର୍ଟଫୋନକୁ ୩୦୦% ସୁପର ଭଲ୍ୟୁମ୍ ସହିତ ଲଞ୍ଚ କରିଛି। ଡିଭାଇସରେ Dolby Atmos, ଡିଆଲ୍ ଷ୍ଟେରିଓ ସ୍ପିକର୍ସ, ୩.୫mm ହେଡଫୋନ୍ ଜ୍ୟାକ୍ ସହିତ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ସୁବିଧା ରହିଛି।

    ପ୍ରାଇସ୍ :
    ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ରଖାଯାଇଛି। କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଆପଣ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ । ଫୋନର ୬GB+୧୨୮GB ଭ୍ୟାରିଆଣ୍ଟର ପ୍ରାଇସ୍ ୧୩,୯୯୯ ଟଙ୍କା ରହିଛି। ଯେତେବେଳେ କି ଏହାର ୮GB+ ୨୫୫GB ଭ୍ୟାରିଆଣ୍ଟର ପ୍ରାଇସ୍ ୧୫,୯୯୯ ଟଙ୍କା ରଖାଯାଇଛି। ଏହି ଫୋନର ସେଲ୍ ୨୦ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

    ଏହାଛଡା କମ୍ପାନୀ ମାର୍କେଟରେ POCO C75 5G ମଧ୍ୟ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ 4s Gen 2 ଚିପସେଟ୍ ପ୍ରୋସେସର ଦିଆ ହୋଇଛି। ଆହୁରି ମଧ୍ୟ ଏହି ଫୋନ୍ ୪GB RAM ସହିତ ଆସିଥାଏ। ଫୋନର ଷ୍ଟୋରେଜ୍ ମଧ୍ୟ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ। ଏହି ଫୋନରେ ୬.୮୮ ଇଞ୍ଚର HD+ ଡିସପ୍ଳେ ଉପଲବ୍ଧ କରାଯାଇଛି। ଏହି ଡିସପ୍ଳେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ।

    କ୍ୟାମେରା ସେଟଅପ୍ :ଏହି ଫୋନର କ୍ୟାମେରା ସେଟଅପ୍ ପିଷୟରେ କହିବାକୁ ଗଲେ, POCO C75 5G ରେ ୫୦MP ର ପ୍ରାଇମେରୀ କ୍ୟାମେରା ଉପଲବ୍ଧ କରାଯାଇଛି। ପାୱାର ପାଇଁ ସ୍ମାର୍ଟଫୋନରେ ୫,୧୬୦mAh ର ଦମଦାର୍ ବ୍ୟାଟେରୀ ପ୍ରଦାନ କରାଯାଇଛି। ଏହି ବ୍ୟାଟେରୀ ୧୮ W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ। POCO C75 5G Android 14 ଉପରେ ବେସ୍ଡ Xiaomi ର HyperOS ଅପରେଟିଙ୍ଗ୍ ସିଷ୍ଟମ ଉପରେ କାମ କରିଥାଏ।

    ଏହି ସ୍ମାର୍ଟଫୋନର ୪GB+୬୪GB ଭ୍ୟାରିଆଣ୍ଟର ପ୍ରାଇସ୍ ୭୯୯୯ ଟଙ୍କା ରଖାଯାଇଛି। ଏହି ସ୍ମାର୍ଟଫୋନର ସେଲ୍ ଡିସେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.8 ° C
    31.8 °
    31.8 °
    60 %
    2.3kmh
    100 %
    Sun
    31 °
    Mon
    29 °
    Tue
    26 °
    Wed
    28 °
    Thu
    28 °

    ସମ୍ବନ୍ଧିତ