Friday, October 2, 2026
22.9 C
Odisha

    ସିବିଏସ୍‌ଇ ପୋର୍ଟାଲରେ ବିଭ୍ରାନ୍ତିକର ତଥ୍ୟ,ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ପାଇଁ ୬୯,୦୦୦ ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇସାରିଛି। ତେବେ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି। ପୁନଃ ମୂଲ୍ୟାୟନ ବାବଦରେ ପୈଠ କରିବାକୁ ଥିବା ଦେୟକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ସିବିଏସ୍‌ଇ ପୋର୍ଟାଲରେ ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପେପର ପିଛା ୬୯,୦୦୦ ଟଙ୍କା ଜମା କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ତେବେ ଏହି ପରିମାଣ ଚୂଡାନ୍ତ ନୁହେଁ। କେତେକ ସମୟରେ ଏହି ପରିମାଣ ମାତ୍ର ୧ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଅନ୍ୟ ସମୟରେ ଏହି ପରିମାଣ ୬୯.୭ ଟଙ୍କାରୁ ୮୦୦୦ ଟଙ୍କା ମଧ୍ୟରେ ଦର୍ଶାଯାଇଥିବା କେତେକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।  ପୁନଃ ମୂଲ୍ୟାୟନ ପାଇଁ ଆଗ୍ରହୀ କେତେକ ଛାତ୍ରଛାତ୍ରୀ ଏହି ସୂଚନାର ସ୍କ୍ରିନ ସଟ୍‌ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ ମଧ୍ୟ କରିଛନ୍ତି। ଜଣେ ଛାତ୍ର ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ଶାସ୍ତ୍ର ଏବଂ ଇଂରାଜୀ ପରୀକ୍ଷାପତ୍ରର ପୁନଃ ମୂଲ୍ୟାୟନ ଚାହୁଁଥିବାବେଳେ ତାଙ୍କୁ ମୋଟ ୨.୮ ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ ପଡିବ ବୋଲି ପୋର୍ଟାଲରେ ନିର୍ଦେଶ ମିଳିଛି। ଅନ୍ୟ କେତେକ ଛାତ୍ର ଦୁଇଟି କିମ୍ବା ତିନିଟି ବିଷୟରେ ପୁନଃ ମୂଲ୍ୟାୟନ ଚାହୁଁଥିବାବେଳେ ସେମାନଙ୍କୁ ୧୬ ହଜାର କିମ୍ବା ୨୪ ହଜାର ଟଙ୍କା ଜମା ନିର୍ଦେଶ ମିଳିଛି। ଏଭଳି ବ୍ୟତିକ୍ରମ ଯୋଗୁଁ ଆଶାୟୀ ଛାତ୍ରଛାତ୍ରୀ ବିବ୍ରତ ହୋଇପଡିଛନ୍ତି। ସାମାଜିକ ଗଣମାଧ୍ୟମରୁ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ଶୁୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ପୋର୍ଟାଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ବିଭ୍ରାନ୍ତିକର ସୂଚନା ଉପଲବ୍ଧ ହେଉଛି ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଆଗାମୀ ଦିନରେ ଏହି ତ୍ରୁଟି ସଂଶୋଧିତ ହେବା ପରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସିବିଏସ୍‌ଇ ପୋର୍ଟାଲ ଅଧିକାଂଶ ସମୟରେ ଖୋଲୁନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ