Saturday, December 13, 2025
20.1 C
Odisha

    ଲମ୍ବା ଏବଂ ସୁନ୍ଦର କେଶ ଚାହୁଁଛନ୍ତି କି? ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ଆଜିର ସମୟରେ ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ ଅଛନ୍ତି । କେଶ ଝଡ଼ିବା ଯୋଗୁଁ କେଶ ପୂର୍ବା ଅପେକ୍ଷା ପତଳା ହୋଇଯାଏ ଯାହା ମୁହଁର ସୁନ୍ଦରତାକୁ ମଧ୍ୟ କମାଇଥାଏ । ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ କେଶ ବହୁତ ଅଧିକ ଝଡିବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ କେଶ ଝଡ଼ିବା ପାଇଁ ଦାମୀ ତେଲ, ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ କେଶ ମୋଟା ଏବଂ ଲମ୍ବା ହେବା ପରିବର୍ତ୍ତେ ଝଡ଼ିବାକୁ ଲାଗୁଛି । ତେବେ କେଶ ପାଇଁ କେମିକାଲ ପ୍ରଡକ୍ଟରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ଆପଣ ନିଜ ରୋଷେଇ ଘରେ ଥିବା ଏହି ଜିନିଷଗୁଡିକ ବ୍ୟବହାର କରିବା ଉଚିତ୍ । କେବଳ ଆପଣଙ୍କ କେଶ ଝଡ଼ିବା ବନ୍ଦ କରେ ନାହିଁ ବରଂ ସେମାନଙ୍କୁ ମୂଳରୁ ଷ୍ଟଙ୍ଗ କରେ । ଯଦି ଆପଣ ମଧ୍ୟ କେଶ ଝଡ଼ିବା ସମସ୍ୟାରେ ପୀଡିତ ତେବେ ଆପଣ କିଛି ଘରୋଇ ଉପାୟ ଆପଣେଇ ନିଜ କେଶକୁ ମୋଟା କରିପାରିବେ । ତେବେ ଆସନ୍ତୁ ଏହା ବିଷୟରେ ଜାଣିବା ।

    ଡାଏଟ୍ ପ୍ରତି ଧ୍ୟାନ ଦିଅନ୍ତୁ:ସୁସ୍ଥ କେଶ ପାଇବା ପାଇଁ ଆପଣ ଦାମୀ ପ୍ରଡକ୍ଟ ଅପେକ୍ଷା ନିଜ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବା ଉଚିତ । କାରଣ ଅନେକ ସମୟରେ ପୋଷକ ତତ୍ତ୍ୱର ଅଭାବରୁ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଏକ ବାଲାନ୍ସଡ୍ ଏବଂ ହେଲଦି ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ନିଶ୍ଚୟ ଭାବରେ କମ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା କେଶ ପାଇଁ କେଉଁ ଜିନିଷ ଖାଇବା ଲାଭଦାୟୀ ହୋଇଥାଏ ।

    କଞ୍ଚା ଅଁଳା:ସକାଳୁ ଉଠି ଖାଲି ପେଟରେ କଞ୍ଚା ଅଁଳା ଖାଆନ୍ତୁ । କଞ୍ଚା ଅଁଳା ଉଭୟ ସ୍ୱାସ୍ଥ୍ୟ ଏବଂ କେଶ ପାଇଁ ବହୁତ ଭଲ । ଅଁଳାରେ ଭିଟାମିନ୍ ସି ମିଳିଥାଏ ଯାହା କେଶକୁ ମଜବୁତ କରିଥାଏ ଯାହାଫଳରେ କେଶ ଝଡ଼ିବା ବହୁତ ମାତ୍ରାରେ କମ୍ ହୋଇପାରେ । ଏହା ବ୍ୟତୀତ ଅଁଳା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ।

    ଭୃସଙ୍ଗ ପତ୍ର:କେଶର ଯତ୍ନ ପାଇଁ ଆପଣ ଭୃସଙ୍ଗ ପତ୍ର ମଧ୍ୟ ଖାଇପାରିବେ । ଭୃସଙ୍ଗ ପତ୍ର ଚୋବାଇବା ଦ୍ୱାରା କେଶର ଘନତା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ କେଶ ବୟସ ପୂର୍ବରୁ ଧଳା ହୋଇନଥାଏ । ଅଁଳା ଖାଇବା ପରେ ମଧ୍ୟ ଆପଣ ଭୃସଙ୍ଗ ପତ୍ର ଖାଇପାରିବେ ।

    ଡ୍ରାଏଫ୍ରୁଟସ୍:କେଶର ଯତ୍ନ ନେବା ପାଇଁ ଆପଣ ସକାଳେ ଡ୍ରାଏଫ୍ରୁଟସ୍ ଖାଇପାରିବେ । ରାତିରେ ଡ୍ରାଏଫ୍ରୁଟସ୍ କୁ ପାଣିରେ ଭିଜାଇ ରଖନ୍ତୁ । ଏହାପରେ ସକାଳେ ଖାଲି ପେଟରେ ଏହି ଭିଜା ହୋଇଥିବା ଡ୍ରାଏଫ୍ରୁଟସ୍ ଖାଆନ୍ତୁ । ଡ୍ରାଏଫ୍ରୁଟସ୍ ଖାଇବା ଦ୍ୱାରା କେଶକୁ ଭିତରୁ ପୋଷଣ ମିଳିବ ଯାହାଫଳରେ ଅନେକ କେଶ ସମସ୍ୟା ଦୂର ହୋଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    36 %
    0.9kmh
    0 %
    Sat
    26 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ