Monday, October 13, 2025
29.2 C
Odisha

    ଲେଡିସ୍ ହଷ୍ଟେଲରେ ଦୃର୍ବୁତ୍ତର ନାରକୀୟ କାଣ୍ଡ, ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ବିଲଡିଂରେ ପଶିଲା ଦୁବୃର୍ତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଳମ୍ବିତ ରାତିରେ ପିଜି ହଷ୍ଟେଲରେ ଦୃର୍ବୁତ୍ତ ଖେଳାଇଲା ଆତଙ୍କ । ଲେଡିସ୍ ହଷ୍ଟେଲରେ ଦୃର୍ବୁତ୍ତର ନାରକୀୟ କାଣ୍ଡ । ଗେଟ୍ ଡେଇଁବା ସହ ସିକ୍ୟୁରିଟି ଗାର୍ଡକୁ ଚକମା ଦେଇ ବିଲଡିଂରେ ପଶିଥିଲା ଦୁବୃର୍ତ୍ତ । ପ୍ରଥମ ମହଲାରେ ସୋଇଥିବା ଯୁବତୀଙ୍କୁ ଟଣାଓଟରା କଲା ଦୃର୍ବୁତ୍ତ । ନିଦ ଭାଙ୍ଗି ଯିବାରୁ ପାଟି କରି ଚିଲ୍ଲେଇଲେ ଯୁବତୀ । ବିଲ୍ଡିଙ୍ଗର ଅନ୍ୟ ରୁମ୍ ଗୁଡ଼ିକୁ ବାହାର ପଟୁ ବନ୍ଦ୍ କରିଦେଇଥିଲା ଦୃର୍ବୁତ୍ତନ।

    କବାଟ ବନ୍ଦ ଥିବାରୁ ବାହାରକୁ ଆସି ପାରିଲେନି ଅନ୍ତେବାସୀ । ବାଥରୁମରେ ଥିବା ରୁମ୍ ମେଟ୍ ଆସି ଯିବାରୁ ବର୍ତିଲେ ଯୁବତୀ । ଦୃର୍ବୁତ୍ତକୁ କାବୁ କରିବାକୁ ଯାଇ ଧସ୍ତାଧସ୍ତି ବେଳେ ଖଣ୍ଡିଆ ଖାବରା ହେଲେ ଦୁଇ ଯୁବତୀ । ପରେ ଧାରୁଆ ଅସ୍ତ୍ର ଦେଖାଇବା ସହ ଏକାଧିକ ଲୋକଙ୍କୁ ଆହତ କରି ଫେରାର ହୋଇଛି ଯୁବକ । ଭୟରେ ଠେଙ୍ଗା ବାଡି ଧରି ରାତିରେ ପହରା ଦେଲେ ହଷ୍ଟେଲ ଅନ୍ତେବାସୀ । ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଛି ଘଟଣା । ଯୁବତୀଙ୍କ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଯାଞ୍ଚ୍ ସହ ହଷ୍ଟେଲ ମାଲିକଙ୍କୁ କରୁଛି ପଚରାଉଚରା ଚନ୍ଦ୍ରଶେଖରପୁର ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    58 %
    3kmh
    21 %
    Mon
    29 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ