Tuesday, March 31, 2026
26.8 C
Odisha

    ଲୋଇସିଂହା କଲେଜ ନିଯୁକ୍ତି ଅନିୟମିତତା ପ୍ରସଙ୍ଗ: ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନ ପ୍ରତ୍ୟାହାର ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଲୋଇସିଂହା  :  ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା କଲେଜର ଯାଞ୍ଚ କମିଟି ପକ୍ଷରୁ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ କଲେଜର ଗ୍ରନ୍ଥାଗାରିକ ଶିବପ୍ରସାଦ ତ୍ରିପାଠୀଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଅନିୟମିତତା ସମ୍ପର୍କରେ ରିପୋର୍ଟ ଦାଖଲ କରିଥିଲେ। ଏ ନେଇ ବିଭିନ୍ନ ପ୍ରକ୍ରିୟା ସରିବା ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତି ଅନିୟମିତତା ସତ୍ୟତାକୁ ହୃଦ୍‌ବୋଧ କଲା ପରେ କାହିଁକି ଅନୁଦାନ ପ୍ରତ୍ୟାହାର ହେବ ନାହିଁ ବୋଲି ଗ୍ରନ୍ଥାଗାରିକ ତ୍ରିପାଠୀଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କାରଣ ଦର୍ଶାଅ ନୋଟିସ କରିଥିଲେ। ଏହି କାରଣ ଦର୍ଶାଅ ନୋଟିସରେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରାଯାଇଥିବା ନେଇ କଲେଜ ପରିଚାଳନା କମିଟି ସଭାପତି ଉପଜିଲାପାଳ ଓ କଲେଜ ଅଧ୍ୟକ୍ଷ ତଥା ସେକ୍ରେଟାରୀ ଏବଂ ସମ୍ପୃକ୍ତ ଗ୍ରନ୍ଥାଗାରିକଙ୍କୁ ପତ୍ର ସଂଖ୍ୟା ୫୯୩୪୮(୧।୧୧।୨୦୨୫) ମାଧ୍ୟମରେ ଜଣାଯାଇଛି। ଏହାପରେ ଗ୍ରନ୍ଥାଗାରିକଙ୍କ ଅଡୁଆ ବଢ଼ିଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
    ତ୍ରିପାଠୀଙ୍କ ସର୍ଭିସ ବୁକ୍‌ ମୁତାବକ, ୧୯ ଅକ୍ଟୋବର ୧୯୮୪ରେ ସେ କଲେଜରେ ଯୋଗଦାନ କରିଥିଲେ। ଏପରି କି ଚାକିରିରେ ଯୋଗଦାନ ସମୟରେ ତାଙ୍କ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର ରହି ନ ଥିଲା। ଚାକିରିରେ ଯୋଗଦାନର ୩ ମାସ ପରେ ୨୪ ଜାନୁୟାରୀ ୧୯୮୫ରେ ଆଇଏ ପାସ୍‌ କରିଥିଲେ। ସେତେବେଳେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ଜଳାଞ୍ଜଳି ଦେଇ ନୋଟିସ ବୋର୍ଡ କିମ୍ବା ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯାଇ ନ ଥିଲା କିମ୍ବା ଚୟନ ପ୍ରକ୍ରିୟା ଅବଲମ୍ବନ କରାଯାଇ ନ ଥିଲା। ସେହିପରି କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରନ୍ଥାଗାରିକଙ୍କୁ ଦିଆଯାଇଥିବା ନିଯୁକ୍ତି ପତ୍ରର କୌଣସି ରେକର୍ଡ ନାହିଁ, ଯାହାକି ତ୍ରିପାଠୀ ଶିକ୍ଷା ନିର୍ଦ୍ଦେଶକଙ୍କ କାରଣ ଦର୍ଶାଅ ଚିଠିର ପ୍ରତ୍ୟୁତ୍ତର ଦେବା ସହିତ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ଗତ ମେ ମାସରେ ହୋଇଥିବା ଜନଶୁଣାଣି ସମୟରେ ଉପରୋକ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ ା ଜନଶୁଣାଣି ସମୟରେ କଲେଜ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ