Sunday, March 29, 2026
39.1 C
Odisha

    ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ପ୍ରସ୍ତୁତ, ରାହୁଲ ଗାନ୍ଧିଙ୍କୁ କହିବାକୁ ଦେଉନଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ବିପକ୍ଷ ଦଳ ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ ମିଳୁନଥିବାର ପ୍ରବଳ ହୋହଲ୍ଲାରେ ଗୃହ କାର୍ଯ୍ୟ ଚାଲିପାରୁନି । ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ପ୍ରସ୍ତାବ ପାଇଁ ୧୪ ଦିନ ପୂର୍ବରୁ ଲିଖିତ ନୋଟିସ ଦେବାକୁ ପଡିବ ।

    ସୋମବାର ବଜେଟ ଅଧିବେଶନର ନବମ ଦିନ ପ୍ରବଳ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା । ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ଭାରତୀୟ ଦଳକୁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ ଜିତିବା ପାଇଁ ଅଭିନନ୍ଦନ ଜଣାଇଥିଲେ । ଯାହାକୁ ସମସ୍ତ ସଦସ୍ୟଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଦେବା ନେଇ ଦାବି କରିବା ଆରମ୍ଭ କରିଥିଲେ।

    ହଟ୍ଟଗୋଳ ଏତେ ବୃଦ୍ଧି ପାଇଥିଲା ଯେ, ଗୃହ ଆରମ୍ଭ ହେବାର ମାତ୍ର ପାଞ୍ଚ ମିନିଟ୍ ପରେ, ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡିଥିଲା । ବିରୋଧୀ ଦଳ ଅଭିଯୋଗ କରିଛନ୍ତି, ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିବାରୁ ବାରଣ କରାଯାଉଛି । ଲୋକସଭା ବାଚସ୍ପତି କହିଥିଲେ ଯେ, ପ୍ରଶ୍ନକାଳ ପରେ ବିରୋଧୀ ନେତାମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବା ଉଚିତ । ଏହା ପରେ ମଧ୍ୟ ବିରୋଧୀ ନେତାମାନେ ରାଜି ହୋଇନଥିଲେ ଏବଂ ହଟ୍ଟଗୋଳ ଜାରି ରଖିଥିଲେ । ଏହା ପରେ ଲୋକସଭା ବାଚସ୍ପତି ସଂସଦକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ