Saturday, October 24, 2026
22.1 C
Odisha

    ଶିମିଳିପାଳରେ ଶିକାରୀଙ୍କ ଉତ୍ପାତ, AI କ୍ୟାମେରା ଆଲର୍ଟରେ ସତର୍କ ହେଲା ବନ ବିଭାଗ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ: ଶିମିଳିପାଳରେ ଶିକାରିଙ୍କ ଉତ୍ପାତ। ଶିକାରୀକୁ ଧରିଲା AI କ୍ୟାମେରା । AI କ୍ୟାମେରା ଆଲର୍ଟରେ ସତର୍କ ହୋଇ ବନ ବିଭାଗର ତତ୍ପରତା, ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗତକାଲି ରାତି ଗୋଟାଏ ୩୫ ମିନିଟ୍ ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବିଭାଗ ଅଧୀନ ପୋଡାଡିହା ୱାଇଲ୍ଡଲାଇଫ୍ ରେଞ୍ଜରେ ଏଆଇ ଟ୍ରେଲଗାର୍ଡ କ୍ୟାମେରାରୁ ଏକ ସନ୍ଦେହଜନକ ଫଟୋ ଆଲର୍ଟ ମିଳିଥିଲା ।
    ବନ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଲୁଚିଥାଇ ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲେ। ଜଣେ ଶିକାରୀ ଖସି ଯାଇଥିବା ବେଳେ ଜଣେ ଶିକାରୀ ଧରାପଡିଥିଲା । ଧରାପଡ଼ିଥିବା ବ୍ୟକ୍ତି ହେଲେ ଦଶରଥ ସିଂହ, ବୟସ ୫୦ ବର୍ଷ । କପ୍ଟିପଡ଼ା ଥାନା ଅଞ୍ଚଳର ଜେଏସ୍ ଜାମଦିହା ଗାଁର ବାସିନ୍ଦା । ତା ପାଖରୁ ଏକ ହାତ ତିଆରି ବନ୍ଧୁକ, ବିସ୍ଫୋରକ ପଦାର୍ଥ ଆଦି ଜବତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    67 %
    0.8kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ