Friday, April 3, 2026
33.6 C
Odisha

    ଶକ୍ତିପୀଠରେ ଚାଲିଛି ଦେବୀଙ୍କ ଦଶମୀ ପୂଜା, ମଣ୍ଡପରେ ଆଜି ମହାନବମୀ

    ଆଗକୁ ପଢନ୍ତୁ

    କଟକ / ଭୁବନେଶ୍ୱର : ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କୁ ଦର୍ଶନ ପାଇଁ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ଝଟକୁଛି ରୌପ୍ୟ ନଗରୀ କଟକ ସହର । ରୀତିନୀତି ସହ ସମସ୍ତ ପୂଜା ଜାରି ରହିଛି ।

    ସେପଟେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ଝଲସୁଛି ପୂରା ଭୁବନେଶ୍ବର । ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆଲୋକ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଓ ଆହୁରି କେତେ କ’ଣ ରହିଛି ଦର୍ଶକଙ୍କ ପାଇଁ । ବିଶେଷ କରି ସହିଦନଗର, ରସୁଲଗଡ଼, ବରମୁଣ୍ଡା, ନୂଆପଲ୍ଲୀ, ଜନପଥ ଗିରିଦୁର୍ଗା ମନ୍ଦିର, ବଢ଼େଇବାଙ୍କ ଛକ, ବରମୁଣ୍ଡା ଗାଁ, ଡମଣା, ଶିଶୁପାଳଗଡ଼ ଛକ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ନୀଳାଦ୍ରିବିହାର, ଡିଷ୍ଟ୍ରିକ୍ଟ ସେଣ୍ଟର୍‌, ପଳାଶୁଣି, ପଟିଆ, ଲକ୍ଷ୍ମୀସାଗର, ଝାରପଡ଼ାର ଦୁଇ ପୂଜାମଣ୍ଡପ, ଷ୍ଟେସନ୍‌ବଜାର ଆଦି ପୂଜାମଣ୍‌ହପରେ ଅଧିକ ଭିଡ଼ ହୋଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି । ଏହାସହ ବ୍ୟାରିକେଡ୍‌ ବ୍ୟବସ୍ଥା ମଧ୍ୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ